ଓଡ଼ିଶା 365 (ବ୍ୟୁରୋ) : ନାଗପୁର ନିର୍ବାଚନ ମଣ୍ଡଳୀରେ ଜନସାଧରଣଙ୍କୁ ଚା ମଧ୍ୟ ପିଆଇବେ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନୀତିନ ଗଡ଼କରୀ ।
ନାଗପୁର ନିର୍ବାଚନ ମଣ୍ଡଳୀରେ ଜନସାଧରଣଙ୍କୁ ଚା ମଧ୍ୟ ପିଆଇବେ ନାହିଁ ବୋଲି କହିବା ପରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ସେ କହିଛନ୍ତି, ଜନସାଧରଣଙ୍କୁ ଚା ମଧ୍ୟ ପିଆଇବେ ନାହିଁ,
ଯେଉଁମାନେ ତାଙ୍କୁ ଭୋଟ୍ ଦେବା କଥା ଦେବେ ନ ହେଲେ ନାହିଁ। କେନ୍ଦ୍ରମନ୍ତ୍ରୀଙ୍କ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି । ମହାରାଷ୍ଟ୍ରରେ ୩ଟି ଜାତୀୟ ରାଜପଥ ପ୍ରକଳ୍ପ ଉଦ୍ଘାଟନ ସମୟରେ ଉଦ୍ବୋଧନ ଦେବା ବେଳେ ଏଭଳି କହିଛନ୍ତି ଗଡ଼କରୀ । ଏହାସହ ସେ ଲାଞ୍ଚ ଗ୍ରହଣ କରିବେ ନାହିଁ କି, କାହାକୁ ଲାଞ୍ଚ ଗ୍ରହଣ କରାଇ ଦେବେ ନାହିଁ ବୋଲି ମଧ୍ୟ କହିଛନ୍ତି । ସେହିପରି ସେ ଏଥର ଲୋକସଭା ନିର୍ବାଚନରେ କୌଣସି ବ୍ୟାନର୍ କି, ପୋଷ୍ଟର୍ ନ ଲଗାଇବାକୁ ସ୍ଥିର କରିଛନ୍ତି । ଲୋକମାନଙ୍କୁ ଚା ବି ଦିଆଯିବ ନାହିଁ। ଯେଉଁମାନେ ଭୋଟ୍ ଦେବାର କଥା ଦେବେ, ଯେଉଁମାନେ ନ ଦେବାର କଥା ଦେବେ ନାହିଁ। ମୁଁ ଲାଞ୍ଚ ନେବିନି କି, କାହାରିକୁ ଲାଞ୍ଚ ନିଆଇ ଦେବିନାହିଁ ବୋଲି କହିଛନ୍ତି ଗଡ଼କରି । ଏହାସହ ନିଷ୍ଠାର ସହିତ ସମସ୍ତଙ୍କର ସେବା କରିବେ ବୋଲି ମୋର ବିଶ୍ବାସ ରଖିଛନ୍ତି ।ଥରେ ନିର୍ବାଚନ ବେଳେ ସେ ଭୋଟର୍ମାନଙ୍କୁ ‘ମଟନ୍’ ବା ‘ଖାସି’ ମାଂସ ଦେଇ ମଧ୍ୟ ନିର୍ବାଚନରେ ହାରିଥିଲେ। ଭୋଟର୍ମାନେ ଖୁବ୍ ଚତୁର। ସବୁ ପ୍ରାର୍ଥୀଙ୍କଠାରୁ ସେମାନେ ସବୁ କିଛି ଗ୍ରହଣ କରନ୍ତି। କିନ୍ତୁ, ଯାହାକୁ ଉଚିତ ବିଚାରନ୍ତି ତାଙ୍କୁ ହିଁ ଭୋଟ୍ ଦିଅନ୍ତି। ଆଗାମୀ ଲୋକସଭା ନିର୍ବାଚନ ପ୍ରଚାର ନିମନ୍ତେ ତାଙ୍କ ତାଙ୍କର କୌଣସି ବ୍ୟାନର୍ କି, ପୋଷ୍ଟର୍ ଲାଗିବ ନାହିଁ ବୋଲି କହିଛନ୍ତି ।