ଓଡ଼ିଶା 365 (ବ୍ୟୁରୋ) : ଏସୀୟ କ୍ରୀଡ଼ାରେ ଭାରତକୁ ନବମ ସ୍ୱର୍ଣ୍ଣ । ଟେନିସ୍ ମିକ୍ସଡ୍ ଡବଲ୍ସରେ ୪୩ ବର୍ଷ ପରେ ଇତିହାସ ରଚିଛନ୍ତି ରୋହନ ବୋପାନ୍ନା-ରୁତୁଜା ଭୋସଲେଙ୍କ ଯୋଡି। ଫାଇନାଲ ମ୍ୟାଚରେ ଚୀନ ତାଇପେଇ ପ୍ରତିପକ୍ଷ ଏନ-ସୁଓ, ତୁସୁଙ୍ଗ ହାଓ ହୁଆଙ୍ଗକୁ ୨-୬, ୬-୩ ଓ ୧୦-୪ରେ ପରାସ୍ତ କରିଛନ୍ତି। ଫାଇନାଲର ପ୍ରଥମ ସେଟ୍କୁ ରୋହନ ବୋପାନ୍ନ- ରୁତୁଜା ଭୋସଲେ ୨-୬ରେ ହାରିଯାଇଥିଲେ। କିନ୍ତୁ ଦ୍ୱିତୀୟ ସେଟ୍ରେ ଦମଦାର ପ୍ରଦର୍ଶନ ସହ କମବ୍ୟାକ୍ କରିଥିଲେ ଭାରତୀୟ ଯୋଡ଼ି। ଶେଷରେ ସୁପର ଟ୍ରାଇ ବ୍ରେକ୍ରେ ମ୍ୟାଚ୍ ଜିତିଥିଲେ ରୋହନ୍ ଓ ରୁତୁଜା ଯୋଡ଼ି। ଏହି ଭାରତୀୟ ଯୋଡି ଗୋଲ୍ଡ ମେଡାଲ ହାତେଇବାରେ ସଫଳ ହୋଇଛନ୍ତି ।
ଏସୀୟ କ୍ରୀଡ଼ାରେ ଏଯାଏ ଭାରତକୁ ୩୫ଟି ମେଡାଲ ମିଳିଛି । ଯେଉଁଥିରେ ୯ଟି ଗୋଲ୍ଡ, ୧୩ଟି ସିଲଭର, ୧୩ଟି ବ୍ରୋଞ୍ଜ୍ ମେଡାଲ୍ ସାମିଲ୍ ରହିଛି । ପଦକ ଜିତିବା ତାଲିକାରେ ଭାରତ ୫ସ୍ଥାନରେ ରହିଛି। ପଦକ ଜିତିବା ତାଲିକାର ୧ନଂ ସ୍ଥାନରେ ଆୟୋଜକ ଚୀନ ରହିଛି।