ଓଡ଼ିଶା 365 (ବ୍ୟୁରୋ): ପୁଣି ଶିମିଳିପାଳ ଅଭୟାରଣ୍ୟରୁ କଲରାପତରିଆ ବାଘଛାଲ ଜବତ । ଏହା ସହ ସମ୍ପୃକ୍ତ ଶିକାରୀ ଗିରଫ କରିଛି ବନବିଭାଗ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଶିମିଳିପାଲ ୱାଇଲ୍ଡ ଲାଇଫ ଇଣ୍ଟେଲିଜେନ୍ସ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଡିଭିଜନର ଟିମ୍ ଚଢ଼ାଉ କରି ଜବତ କରିଛି ବାଘଛାଲ। ତେବେ ଛାଲ ଟି ସାତ ରୁ ଆଠ ବର୍ଷର କଲରାପତରିଆ ବାଘର ବୋଲି ଅନୁମାନ କରାଯାଉଛି ।ଅଟକ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଯଦୁନାଥପୁର ଅଞ୍ଚଳ ର ଭୁବନ ସିଂ । ଘଟଣାରେ ତଦନ୍ତ ପାଇଁ ପଚରାଉଚରା ଜାରି ରହିଥିବା ବେଳେ ଗିରଫ ବ୍ୟକ୍ତିଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ନେଇ ବନ ବିଭାଗ ପକ୍ଷରୁ ଗଣ ମାଧ୍ୟମ ଜରିଆରେ ସୂଚନା ମିଳିଛି ।
ଶିମିଳିପାଲ ୱାଇଲ୍ଡ ଲାଇଫ ଇଣ୍ଟେଲିଜେନ୍ସ ବିଶ୍ୱସ୍ତ ସୁତ୍ରରୁ ଖବର ପାଇବା ପରେ ଦକ୍ଷିଣ ଶିମିଳିପାଳର ଉପନିର୍ଦେଶକ ସମ୍ରାଟ ଗୈଡାଙ୍କ ନେତୃତ୍ୱରେ ଶିମିଳିପାଳର ଗୋଇନ୍ଦା ଟିମ୍ ଡୁକୁରା ରେଞ୍ଜର ଯଦୁନାଥପୁର ଗାଁରେ ଚଢାଉ କରାଯାଇଥିଲା । ଚଢାଉ ବେଳେ ଏହି ଛାଲକୁ ଜବତ୍ କରିଛି ଶିମିଳିପାଳର ଗୋଇନ୍ଦା ଟିମ୍ ।ଏଥି ସହିତ ଜଣେ ବ୍ୟକ୍ତି ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା ମଧ୍ୟ କରୁଛି । ଗତ କିଛି ମାସ ଧରି ଶିମିଳିପାଳ ଅଭୟାରଣ୍ୟରେ ପୋଲିସ ଏବଂ ବନ ବିଭାଗ ମିଳିତ ଭାବେ ପେଟ୍ରଲିଙ୍ଗ ପାଇଁ ନିୟୋଜିତ ହୋଇଛନ୍ତି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଗଣ ମାଧ୍ୟମଙ୍କୁ ସୂଚନା ଦେଇଛନ୍ତି ବାରିପଦା ସ୍ଥିତ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦେଶକ କାର୍ଯ୍ୟାଳୟ ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା ।