ଓଡ଼ିଶା 365 (ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନର ଆଜି ଷଷ୍ଠ ଦିନରେ ଗୃ଼ହକାର୍ଯ୍ୟ ଆରମ୍ଭରୁ ଦେଖିବାକୁ ମିଳିଥିଲା ପ୍ରବଳ ହଟ୍ଟଗୋଳ । ଯାହାଫଳରେ ଗୃହକୁ ୪ଟା ଯାଏଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି। ଗୃହ ମୁଲତବି ପରେ ପ୍ରତିକ୍ରିୟା ରଖିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ‘ବାଚସ୍ପତି ଶାସକ ଦଳର କଣ୍ଢେଇ ଭଳି କାମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା। ସେ କହିଛନ୍ତି ବାଚସ୍ପତି ଦଳୀୟ ଭାବନାରୁ ଊର୍ଦ୍ଧ୍ୱରେ ରହିବା ଉଚିତ୍ । ‘ଗୃହ ସ୍ୱାଭାବିକ ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକୁ ନାହାନ୍ତି । ’ଗୃହ ଚାଲୁ ବୋଲି ଶାସକ ଦଳ ଚାହୁଁନି । ବିଧାନସଭା ନ ଚାଲିବା ପାଇଁ ଶାସକ ଦଳ ଚକ୍ରାନ୍ତ କରୁଛି। ଶାସକ ଦଳକୁ ସଙ୍କଟ ଆସିଲେ ଗୃହ ମୁଲତବି କରୁଛନ୍ତି । ଶାସକ ଦଳ ଅସଂସଦୀୟ ଶବ୍ଦ ପ୍ରୟୋଗ କଲେ ବାଦ୍ ଦିଆଯାଉନାହିଁ’
ସେହିପରି ମୋତେ ମାରିଦେବେ, ମଁ ଅସୁରକ୍ଷିତ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର । ନିଜକୁ ଗୃହ ଓ ଗୃହ ବାହାରେ ଅସୁରକ୍ଷିତ ମନେ କରୁଥିବା କହିଲେ । ଆଜି ମୋର ସମ୍ବଲପୁର ଘର ଆଗରେ ବିକ୍ଷୋଭ କରାଯାଉଛି । ସମ୍ବଲପୁର ସର୍କିଟ ହାଉସରେ ବିଜେଡି କର୍ମୀ ପଶି ଭଙ୍ଗାରୁଜା କରିଥିଲେ । ମୁଁ ଥିବା ସନ୍ଦେହରେ ସର୍କିଟ ହାଉସରେ ଏପରି କରିଥିଲେ। ମୁଁ ସେଦିନ ଥିଲେ ସେମାନେ ମୋତେ ହତ୍ୟା କରି ଦେଇଥାନ୍ତେ ।