ଓଡ଼ିଶା 365 (ବ୍ୟୁରୋ) : ପୋକ୍ସୋ ଆଇନରେ ବୟସ ସୀମା ୧୮ରୁ ୧୬ ବର୍ଷକୁ ନକମାଇବା ପାଇଁ ସରକାରଙ୍କୁ ଆଇନ କମିସନ ପରାମର୍ଶ ଦେଇଛି। ୨୨ତମ ଆଇନ କମିସନ ଶୁକ୍ରବାର ଦାଖଲ କରିଥିବା ରିପୋର୍ଟରେ ସମ୍ମତି ବୟସ ୧୬ ବର୍ଷକୁ ହ୍ରାସ ବିପକ୍ଷରେ କେନ୍ଦ୍ର ଆଇନ ମନ୍ତ୍ରାଳୟକୁ କହିଛନ୍ତି। ବାଲ୍ୟ ବିବାହ ଏବଂ ଶିଶୁ ଚୋରାଚାଲାଣ ସମେତ ଅନେକ ପ୍ରସଙ୍ଗ ଉପରେ ପ୍ରତ୍ୟକ୍ଷ ଏବଂ ନକାରାତ୍ମକ ପ୍ରଭାବ ପଡ଼ିବ। ବୟସ ୧୬ ବର୍ଷକୁ ହ୍ରାସ କରାଗଲେ ଭୟଙ୍କର ପରିଣତି ଦେଖିବାକୁ ମିଳିବ। ୧୬ ବର୍ଷରୁ ୧୮ ବର୍ଷ ମଧ୍ୟରେ ଯୌନ ସଂପର୍କକୁ ଅପରାଧମୁକ୍ତ କରାଗଲେ ବଡ଼ ଅନର୍ଥ ହେବ । ଏହାହେଲେ ପୋକ୍ସୋକୁ ଏହା କେବଳ ଏକ କାଗଜ ଆଇନରେ ପରିଣତ କରିଦେବ। ଏଥିସହିତ କମିସନ ଆଇନରେ ଏକ ସଂଶୋଧନ ପ୍ରସ୍ତାବ ଦେଇଛନ୍ତି। ଉଭୟ ପକ୍ଷର ନିରବ ଅନୁମୋଦନ ଥିବା ମାମଲାଗୁଡ଼ିକ ଯେଭଳି ପୋକ୍ସୋ ଆଇନ ଅଧୀନରେ ଆସୁଥିବା ମାମଲା ଭଳି ବିଚାର ନହୁଏ ତାହାକୁ ନିଶ୍ଚିତ କରିବା ପାଇଁ କମିସନ ପରାମର୍ଶ ଦେଇଛନ୍ତି। ୧୬ରୁ ୧୮ ବର୍ଷ ବୟସର ପିଲାଙ୍କ ମଧ୍ୟରେ ନିରବ ଅନୁମୋଦନ ଥିବା ମାମଲାରେ ଦଣ୍ଡ ବିଧାନ କ୍ଷେତ୍ରରେ ମାର୍ଗଦର୍ଶିତ ନ୍ୟାୟିକ ବିବେକ ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ମାମଲାର ପରିଚାଳନା ବେଳେ ଗୋଟିଏ ପଟେ ନାବାଳକ ଏବଂ ନାବାଳିକାଙ୍କ ମଧ୍ୟରେ ଥିବା ସହମତିଭିତ୍ତିକ ରୋମାଣ୍ଟିକ ସଂପର୍କ ଏବଂ ଅନ୍ୟପଟେ ସେମାନଙ୍କୁ ଯୌନ ଶୋଷଣରୁ ସୁରକ୍ଷା ପ୍ରଦାନ ମଧ୍ୟରେ ସନ୍ତୁଳନ ରଖିବାକୁ ନିଶ୍ଚିତ କରିବାକୁ କୁହାଯାଇଛି।