ଓଡ଼ିଶା365(ବ୍ୟୁରୋ): ଧୁମଧାମରେ ସରିଲା ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଷ ପୂଜା ଭସାଣ। ପାର୍ବତୀ ନନ୍ଦନ ଗଜାନନଙ୍କୁ ଦେଖିବାକୁ ଲାଗିଥିଲା ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ । ଓଡ଼ିଶାର କୋଣ ଅନୁକୋଣରୁ ଆସିଥିଲେ ଶ୍ରଦ୍ଧାଳୁ । ପାରମ୍ପରିକ ନୃତ୍ୟ ସାଙ୍ଗକୁ ଡିଜେରେ ଦୁଲୁକୁଥିଲା ସାରା ଜଟଣୀ ସହର। ମେଲୋଡି କାର୍ଯ୍ୟକ୍ରମରେ ଆଧୁନିକ ଗୀତ ସାଙ୍ଗକୁ ନୃତ୍ୟର ତାଳେ ତାଳେ ଝୁମୁଥିଲେ ଯୁବପୀଢ଼ି । ରଙ୍ଗୀନ ଆଲୋକମାଳାରେ ଦାଉ ଦାଉ ହୋଇ ଝଟକୁଥିଲା ଚତୁର୍ଦିଗ । ଭସାଣ ଉତ୍ସବରେ ସାମିଲ ହୋଇଥିଲା ୪୦ରୁ ଉର୍ଦ୍ଧ୍ୱ ମେଢ଼ । ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥିଲା। ବାବାଙ୍କୁ ବିଦାୟ ଦେବା ପରେ ଲୋକଙ୍କ ମନରେ ଦୁଃଖ। ପୁଣି ଅପେକ୍ଷା ଆର ବରଷକୁ ।