ଓଡ଼ିଶା 365 (ବ୍ୟୁରୋ): ଧିରେ ଧିରେ ଅଶାନ୍ତ ହେଉଛି ବ୍ରହ୍ମପୁର। ଅବାଧରେ ଗୋଟେ ପରେ ଗୋଟେ ମୁଣ୍ଡ ଗଡ଼ିଚାଲିଛି। କେଉଁଠି ଗୁଳି ଫୁଟୁଛି ତ କେଉଁଠି ଖଣ୍ଡା ବୁଲୁଛି ତ ପୁଣି କେଉଁଛି ବୋମା ଫୁଟୁଛି। ଏହି କ୍ରମରେ ଗରକାଲି ମଧ୍ୟରାତ୍ରିରେ ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ କାର ଉପରକୁ ବୋମାମାଡ଼ ହୋଇଛି । ଗୋଷାଣି ନୂଆଁଗାଁ ବଡ଼ ସାହିଠାରେ ଶିବ ଶଙ୍କର ଦାଶଙ୍କ ଗାଡି ଉପରକୁ ବୋମାମାଡ଼ ହୋଇଛି । ଏଥିରେ କେହି ଆହତ ହୋଇନଥିବା ବେଳେ ଗାଡିର ଆଗ ଭାଗ ଭାଙ୍ଗିରୁଜି ଯାଇଛି । ଖବର ପାଇ ଘଟଣାସ୍ଥଳଳେ ଟାଉନ ଥାନା ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଗୋଷାଣିନୂଆଗାଁ ଥାନା ଅଧିକାରୀ ସ୍ମୃତି ପ୍ରଭା ପ୍ରଧାନ ଓ ଟାଉନ ଥାନା ଅଧିକାରୀ ସୁରେଶ ତ୍ରିପାଠୀ ପ୍ରମୁଖ ପହଞ୍ଚି ତନାଘନା କରୁଛନ୍ତି।
ସୂଚନାଯୋଗ୍ୟ, ଗତକାଲି ରାତି ପ୍ରାୟ ୧୦ଟାରେ ଶିବଶଙ୍କର ପୁଅ ଦେହ ଖରାପ ଥିବାରୁ ନିଜ କାରରେ ନିକଟସ୍ଥ ଏକ ଘରୋଇ କ୍ଲିନିକ୍କୁ ନେଇ ଚିକିତ୍ସା ପରେ ଘରକୁ ଫେରୁଥିଲେ। ବଡ଼ ମଠ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଲୁଚି ରହିଥିଲେ। ହଠାତ୍ ବୋମାମାଡ଼ କରି ଘଟଣା ସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ଏନେଇ ଗୋଷଣିନୁଆଗାଁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି। ତେବେ ପୂର୍ବରୁ ମଧ୍ୟ ଶିବଶଙ୍କରଙ୍କ ଉପରେ ଏଭଳି ଆକ୍ରମଣ ହୋଇଥିଲା।