ଓଡ଼ିଶା 365 (ବ୍ୟୁରୋ) ଛ ହାଙ୍ଗଝୌରେ ଚାଲିଥିବା ୧୯ତମ ଏସିଆନ୍ ଗେମ୍ସରେ ଭାରତୀୟ ଖେଳାଳି କରିଛନ୍ତି ଜବରଦସ୍ତ ପ୍ରଦର୍ଶନ।ମହିଳା ସଟପୁଟ୍ ଇଭେଣ୍ଟରେ ଭାରତର କିରଣ ବାଲିୟାନ ମିଳିଛି ବ୍ରୋଞ୍ଜ ପଦକ। ଏହା ଏସୀୟ ଗେମ୍ସରେ ଭାରତର ୩୩ତମ ପଦକ। ତୃତୀୟ ଆଟେମ୍ପ୍ଟରେ ୧୭.୩୬ ମିଟର ଫିଙ୍ଗି କିରଣ ଏହି ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଚୀନର ଖେଳାଳିମାନେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାତେଇଛନ୍ତି । କିରଣ ବାଲିଆନ ଯିଏ ଏସିଆନ ଗେମ୍ସ-୨୦୨୩ରେ ଟ୍ରାକ ଏବଂ ଫିଲ୍ଡ ଇଭେଣ୍ଟରେ ଭାରତ ପାଇଁ ପ୍ରଥମ ପଦକ ଆଣିଛନ୍ତି। ୧୯ ତମ ଏସୀୟ ଗେମ୍ସରେ ଭାରତର ପଦକ ସଂଖ୍ୟା ବର୍ତ୍ତମାନ ୩୩ରେ ପହଞ୍ଚିଛି, ଯେଉଁଥିରେ ୮ଟି ସ୍ୱର୍ଣ୍ଣ, ୧୨ ରୌପ୍ୟ ଏବଂ ୧୩ଟି ବ୍ରୋଞ୍ଜ ପଦକ ରହିଛି।
ଏସୀୟ ଗେମ୍ସରେ ଏପର୍ଯ୍ୟନ୍ତ ସୁଟିଂ ଇଭେଣ୍ଟରେ ଭାରତ ଭଲ ପ୍ରଦର୍ଶନ କରିଛି।ସେପ୍ଟେମ୍ବର ୨୯ରେ, ମହିଳା ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଉଭୟ ସ୍ୱର୍ଣ୍ଣ ଓ ରୌପ୍ୟ ଜିତିବାରେ ସଫଳ ହୋଇଥିଲା ଭାରତ। ବର୍ତ୍ତମାନ ପଦକ ଜିତିବା ତାଲିକାର ୧ନଂ ସ୍ଥାନରେ ଥିବା ଆୟୋଜକ ଚାଇନା ସବୁ କ୍ରୀଡ଼ାରେ ନିଜରର ଦବବଦା ଦେଖାଇଛି । ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଜାପାନ । ଦକ୍ଷିଣ କୋରିଆ ତୃତୀୟ ସ୍ଥାନରେ ରହିଛି।