ଓଡ଼ିଶା 365 (ବ୍ୟୁରୋ) :ସାଙ୍ଘାତିକ ଆର୍ଥିକ ସଂକଟ ଦେଇ ଗତିକରୁଛି ପାକିସ୍ତାନ । ଦେଶରେ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ, ଜରୁରୀ ଓୌଷଧର ଘୋର ଅଭାବ ଦେଖାଦେଇଛି । ଲୋକଙ୍କ ପାଖରେ ଖାଇବାପାଇଁ ମଧ୍ୟ କିଛି ନାହଁ । ଡାଲି ଚାଉଳର ଦର ଆକାଶଛୁଆଁ । ଏହାରି ଭିତରେ ପାକିସ୍ତାନ ଅର୍ଥନୀତିକୁ ଆଗକୁ ବଢ଼ାଇବା ଲାଗି ଥରେ ଚୀନ ଓ ସାଉଦି ଆରବ ଆଗରେ ହାତ ପତାଇଛି। ଚୀନ ଓ ସାଉଦି ଆରବକୁ ପାକିସ୍ତାନ ୧୧୦୦ କୋଟି ଡଲାର ଟଙ୍କା ସାହାଯ୍ୟ ମାଗିଛି। ଗତ ଜୁନ୍ରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ହୋକୁ ସାହାଯ୍ୟ ମାଗିଥିଲା ପାକିସ୍ତାନ । ଘୋର ସଙ୍କଟ ଦେଇ ଗତି କରୁଥିବା ଏହି ପାକିସ୍ତାନକୁ ୩୦୦ କୋଟି ଡଲାର ଦେବାକୁ ରାଜି ମଧ୍ୟ ହୋଇଥିଲା ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) । ତେଣୁ ଆଇଏମ୍ଏଫ୍ ଯେଉଁ ସର୍ତ୍ତଗୁଡ଼ିକ ରଖିଛି ତାହା ପାଳନ କରିବା ପାକିସ୍ତାନର କାମଚଳା ସରକାର ପାଇଁ ଜରୁରୀ ହୋଇପଡ଼ିଛି। ସେଥିପାଇଁ ଏହା ଚୀନ୍ ଓ ସାଉଦି ଆରବକୁ ପାଣ୍ଠି ମାଗିଛି।