ଓଡ଼ିଶା 365 (ବ୍ୟୁରୋ) : ଭାରତ ମଣ୍ଡପମରେ ଆକାଂକ୍ଷୀ ବ୍ଲକଗୁଡିକ ପାଇଁ ‘ସଙ୍କଳ୍ପ ସପ୍ତାହ’ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମଣ୍ଡପମରେ ‘ସଙ୍କଳ୍ପ ସପ୍ତାହ’ ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମ ଏକ ସପ୍ତାହ ଧରି ଚାଲିବ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ଏହି ସୂଚନା ଦିଆଯାଇଛି। ନାଗରିକଙ୍କ ଜୀବନଶୈଳୀକୁ ଉନ୍ନତ କରିବା ପାଇଁ ବ୍ଲକ ସ୍ତରରେ ପ୍ରଶାସନରେ ଉନ୍ନତ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଦେଶର ୩୨୯ ଜିଲାର ୫୦୦ ଆକାଂକ୍ଷୀ ବ୍ଲକରେ ଏହା କାର୍ଯ୍ୟକାରୀ ହେଉଛି। ଏହା ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ (ଏବିପି)ର ପ୍ରଭାବଶାଳୀ କାର୍ଯ୍ୟକାରିତା ସହିତ ଜଡିତ। ଏକ ପ୍ରଭାବଶାଳୀ ବ୍ଲକର ବିକାଶ ରଣନୀତି ପ୍ରସ୍ତୁତ କରିବା ପାଇଁ ଦେଶରେ ଗ୍ରାମ ଏବଂ ବ୍ଲକ ସ୍ତରରେ ଚିନ୍ତିନ ଶିବିର ଆୟୋଜନ କରାଯାଇଛି। ସଙ୍କଳ୍ପ ସପ୍ତାହ ହେଉଛି ଏହି ଚିନ୍ତାଧାରା ଶିବିରର ଲକ୍ଷ୍ୟ । ଭରତ ମଣ୍ଡପମ ଠାରେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଦେଶର ପ୍ରାୟ ୩୦୦୦ ପଞ୍ଚାୟତ ତଥା ବ୍ଲକ ସ୍ତରର ଜନ ପ୍ରତିନିଧୀ ମାନେ ସାମିଲ ହେବେ । ଏହାସହ ବ୍ଲକ ଏବଂ ପଞ୍ଚାୟତ ସ୍ତରର ଅଧିକାରୀ ତଥା କୃଷକ ଏବଂ ଅନ୍ୟାନ୍ୟ କ୍ଷେତ୍ରର ପ୍ରାୟ ଦୁଇ ଲକ୍ଷ ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।