ଓଡ଼ିଶା 365 (ବ୍ୟୁରୋ) :ଚାଇନାରେ ଚାଲିଥିବା ୧୯ତମ ଏସିଆନ୍ ଗେମ୍ସରେ ଭାରତ କରିଛି ଦମଦାର ପ୍ରଦର୍ଶନ।
ବର୍ତ୍ତମାନ ସୁଦ୍ଧା ଦେଶ ପାଇଁ ବିଭିନ୍ନ ବର୍ଗରେ ଖେଳାଳିମାନେ ୩୩ଟି ପଦକ ଜିତି ଚତୁର୍ଥ ସ୍ଥାନରେ ରହିଛି ଭାରତ। ଏଥିରେ ୮ଟି ସ୍ୱର୍ଣ୍ଣ,
୧୨ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ପଦକ ରହିଛି।ଶୁଟିଂରୁ
ଭାରତକୁକୁ ୫ ଗୋଲ୍ଡ ମେଡାଲ । ଏହାସହ ମହିଳା କ୍ରିକେଟ ଓ ଅଶ୍ୱଚାଳନାର ଡ୍ରେସେଜ ଇଭେଣ୍ଟରେ
ଦେଶକୁ ସ୍ୱର୍ଣ୍ଣିମ ସଫଳତା ହାସଲ କରିଛି। ୬ଷ୍ଠ
ଦିନରେ ଭାରତ ୨ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ମଧ୍ୟ ଜିତିଛି। ଶୁଟିଂରୁ ଦୁଇଟି ଯାକ ସ୍ୱର୍ଣ୍ଣ
ମିଳିଥିବା ବେଳେ ଟେନିସ ଓ ଶୁଟିଂରୁ ୪ଟି ରୌପ ପଦକ ମିଳିଛି। ଶଟପୁଟ ଓ ମହିଳା ସ୍କ୍ୱାସ ଟିମ
ଇଭେଣ୍ଟରେ ଦେଶ ବ୍ରୋଞ୍ଜ ପଦକ ହାତେଇଛି। କିରଣ ବଲିୟାନ ୧୭.୩୨ ମିଟର ଦୂରତାକୁ ଶଟପୁଟ ଫିଙ୍ଗି
ବ୍ରୋଞ୍ଜ ପଦକ ଜିତିଛନ୍ତି। ଚଳିତ ବର୍ଷ ଏସିଆ ଗେମ୍ସରେ ଏହା ଆଥଲେଟିକ୍ସରୁ ମିଳିଥିବା
ପ୍ରଥମ।ଭାରତ ଆଜି ପୁରୁଷ ସ୍କ୍ୱାସ ଟିମ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛି ।
ଦଳ ମାଲେସିୟାକୁ
ହରାଇ ପଦକ ଏକ ପ୍ରକାରର ପକ୍କା କରି ସାରିଥିବାବେଳେ
ସ୍ୱର୍ଣ୍ଣ ପଦକ ପାଇଁ ଭାରତୀୟ ଟିମ ପାକିସ୍ତାନ ସହ ଲଢ଼ିବ। ୫୦ କେଜି ମହିଳା ବକ୍ସିଂରେ
ଷ୍ଟାର ବକ୍ସର ନିଖତ ଜରୀନ ମାତ୍ର ୫୩ ସେକେଣ୍ଡରେ ମ୍ୟାଚ ଶେଷ କରି ସେମିରେ ପ୍ରବେଶ କରିଛନ୍ତି।
ଏଥିସହ ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ପ୍ୟାରିସ ଅଲିମ୍ପିକ୍ସ ପାଇଁ ଟିକେଟ
ହାତେଇଛନ୍ତି । ସେହିପରି ୩୭ ବର୍ଷ ପରେ ବ୍ୟାଡମିଣ୍ଟନରେ
ଦେଶର ପଦକ ପକ୍କା ହୋଇଛି। ଭାରତୀୟ ପୁରୁଷ ଟିମ ନେପାଳକୁ ମାତ ଦେଇ ପୁରୁଷ ବ୍ୟାଡମିଣ୍ଟନର
ଫାଇନାରେ ପ୍ରବେଶ କରିଛି। ସେହିପର ୫୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟ ଓ ମହିଳା ୧୦ ମିଟର
ଏୟାର ପିସ୍ତଲ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି। ଅନ୍ୟପକ୍ଷରେ ଚାଇନା ପ୍ରଥମ ଦେଶ
ଭାବେ ଚଳିତ ବର୍ଷ ଏସିଆ ଗେମ୍ସରେ ୧୦୦ରୁ ଅଧିକ ସ୍ୱର୍ଣ୍ଣ ଜିତିବାର ରେକର୍ଡ କରିଛି। ବର୍ତ୍ତମାନ
ପଦକ ଜିତିବା ତାଲିକାର ୧ନଂ ସ୍ଥାନରେ ଥିବା ଆୟୋଜକ ଚାଇନା ସବୁ କ୍ରୀଡ଼ାରେ ନିଜରର ଦବବଦା
ଦେଖାଇଛି । ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଜାପାନ ।