ଓଡ଼ିଶା 365 (ବ୍ୟୁରୋ) : ମହିଳା ସଂରକ୍ଷଣ ବିଲ୍କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ଦେଇଛନ୍ତି । ଏହାପରେ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ଆଇନରେ ପରିଣତ ହୋଇଛି । ସେପ୍ଟେମ୍ବର ୨୦ ତାରିଖରେ ରେ ମହିଳା ସଂରକ୍ଷଣ ବିଲ୍ ଲୋକସଭାରେ ପାରିତ ହୋଇଥିଲା। ଏହାପରେ ସେପ୍ଟେମ୍ବର ୨୧ରେ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଥିଲା। ଏହି ବିଲ ଭୋଟିଂ ଜରିଆରେ ପାରିତ ହୋଇଥିଲା। ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ରାଜ୍ୟସଭାରେ ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା। ମହିଳା ସଂରକ୍ଷଣ ବିଲ ସପକ୍ଷରେ ୪୫୪ ଓ ବିପକ୍ଷରେ ୨ଟି ଭୋଟ୍ ପଡ଼ିଥିଲା। ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପରେ ଏହା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ଯାଇଥିଲା। ଆଜି ଏହାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ ଦେବା ପରେ ମହିଳା ସଂରକ୍ଷଣ ବିଲ୍ଟି ଆଇନରେ ପରିଣତ ହୋଇଛି । ଏହି ବିଲ୍ରେ ଲୋକସଭା, ବିଧାନସଭା ଓ ଦିଲ୍ଲୀ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ଆସନ ସଂରକ୍ଷଣ ହୋଇ ରହିବ ବୋଲି ବ୍ୟବସ୍ଥା ରହିଛି।