ଓଡ଼ିଶା 365 (ବ୍ୟୁରୋ) : କାବେରୀ ନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ବେଙ୍ଗାଲୁରୁ ବନ୍ଦ ଡାକରା ଦେଇଛନ୍ତି । ବନ୍ଦ ଯୋଗୁଁ ଯାନବାହାନ ଚଳାଚଳ, ରେ୍ଳ ଚଳାଚଳ ଓ ବିମାନ ଓଡାଣ ମଧ୍ୟ ପ୍ରଭାବିତ ହୋଇଛି । ବେଙ୍ଗାଲୁରୁ ବିମାନ ବନ୍ଦରେ ଭିଷଣ ଗଣ୍ଡଗୋଳ ଦେଖିବାକୁ ମିଳିଛି । ଆନ୍ଦୋଳନରତ ଲୋକଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ଦେଖିବାକୁ ମିଳିଛି । ସେପଟେ ବନ୍ଦ ପାଳନ ଯୋଗୁଁ ୪୦ରୁ ଅଧିକ ବିମାନ ଚଳାଚଳ ବାତିଲ କରାଯାଇଛି ବୋଲି ଜଣାପଡିଛି। ତାମିଲନାଡ଼ୁକୁ କାବେରୀ ଜଳ ନିଷ୍କାସନକୁ ବିରୋଧ କରି ଏହି ବନ୍ଦ ପାଳନ କରାଯାଉଛି। ଶନିବାର ବଡ଼ ଧରଣର ବନ୍ଦ ପାଳନ ହେବ । ବନ୍ଦ ଯୋଗୁଁ ରାଜ୍ୟରେ ପରିବହନ ବାଧାପ୍ରାପ୍ତ ହୋଇପାରେ। ବେଙ୍ଗାଲୁରୁ ସହରର ଟାଉନ ହଲ୍ରୁ ଫ୍ରିଡମ ପାର୍କ ପର୍ଯ୍ୟନ୍ତ ଏକ ବଡ଼ ଧରଣର ଆନ୍ଦୋଳନ ଶୋଭାଯାତ୍ରା ହେବ। ଏହି ଆନ୍ଦୋଳନରେ ସବୁ ଶ୍ରେଣୀର ଲୋକ ଯୋଗ ଦେବେ । ବିରୋଧୀ ବିଜେପି ଏବଂ ଜେଡିଏସ୍ ଏହି ବନ୍ଦ ପାଳନକୁ ସମର୍ଥନ ପ୍ରଦାନ କରିଛନ୍ତି। ଅଟୋରିକ୍ସା ଡ୍ରାଇଭର ସଂଗଠନ ଏବଂ ଓଲା ଉବର ଡ୍ରାଇଭର ସଂଗଠନ ମଧ୍ୟ ବନ୍ଦକୁ ସମର୍ଥନ କରିଛନ୍ତି। ସେପଟେ ବିଭିନ୍ନ ସ୍ଥାନରେ ଧାରା ୧୪୪ ଜାରି ହୋଇଛି । ଏହାସହ ଆନ୍ଦୋଳନରତ ଜନତାଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି । ଅନ୍ୟପଟେ ବନ୍ଦ ପାଳନକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁ ଜିଲ୍ଲା ପ୍ରଶାସନ ସମସ୍ତ ସ୍କୁଲ, କଲେଜ ଛୁଟି ଘୋଷଣା କରିଛି ।