ଓଡ଼ିଶା 365 (ବ୍ୟୁରୋ) : ପାଣିରେ ଲୁଣ,ଚିନି ମିଶାଇ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ଅନେକ ଲାଭ ମିଳିଥାଏ। ଏହା ଶରୀରକୁ ତୁରନ୍ତ ଶକ୍ତି ପ୍ରଦାନ କରିଥାଏ। ଏହା ଶରୀରରେ ଜଳୀୟଅଂଶର ଅଭାବ ଦୂର କରିଥାଏ। ପାଣିରେ ଲୁଣ ଓ ଚିନି ମିଶାଇ ପିଇବା ଦ୍ୱାରା ନିମ୍ନ ରକ୍ତଚାପ ଜନିତ ସମସ୍ୟା ଦୂର ହୋଇଥାଏ । ସାମାନ୍ୟ ମୁଣ୍ଡ ବୁଲାଇବା ଭଳି ଅନୁଭବ ହେଉଥିଲେ, ଏହି ପାଣି ପିଇଲେ ମୁଣ୍ଡ ବୁଲାଇବା ସମସ୍ୟା ଦୂର ହୋଇଥାଏ। ଏଥିପାଇଁ ଏକ ଗ୍ଲାସ ପାଣିରେ ଏକ ଚାମଚ ଚିନି ଓ ଅଧ ଚାମଚ ଲୁଣ ମିଶାଇ ପିଅନ୍ତୁ।ପାଣିରେ ଲୁଣ ଓ ଚିନି ମିଶାଇ ପିଇବା ଦ୍ୱାରା ଶରୀରରେ ଜଳୀୟଅଂଶର ଅଭାବ ଦୂର ହୋଇଥାଏ ।
ପାଣିରେ ଲୁଣ ଓ ଚିନି ମିଶାଇ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ । ଏହା ପେଟ ଫୁଲିବା ଓ ବଦହଜମି ଭଳି ସମସ୍ୟା ମଧ୍ୟ ଦୂର କରିଥାଏ।ପାଣିରେ ଲୁଣ ଓ ଚିନି ମିଶାଇ ପିଇବା ଦ୍ୱାରା ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଏହାଦ୍ୱାରା ବିଭିନ୍ନ ରୋଗ ସହ ଲଢେଇ କରିବାରେ ସହାୟକ ହୋଇଥାଏ । ସହଜରେ ରୋଗଗ୍ରସ୍ତ ହୋଇନଥାଆନ୍ତି।ଏହାର ନିୟମିତ ସେବନ କରିବା ଦ୍ୱାରା ଉତ୍ତମ ନିଦ ହୋଇଥାଏ।ଏହାକୁ ପିଇବା ଦ୍ୱାରା ଶରୀରକୁ ତୁରନ୍ତ ଶକ୍ତି ମିଳିଥାଏ। କାର୍ଯ୍ୟ କଲେ ମଧ୍ୟ ଥକ୍କାପଣ ଅନୁଭବ ହୋଇନଥାଏ ।