ଓଡ଼ିଶା 365 (ବ୍ୟୁରୋ) : ଆପଣ ମାନେ ସମସ୍ତେ ଜାଣନ୍ତୁ ଧୁମ୍ରପାନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ସିଗାରେଟ୍ ପଛରେ ଲେଖା ଯାଇଥିଲେ ସୁଦ୍ଧା ଏହାର ସେବନ କମ୍ ହେଉନାହିଁ । ବରଂ ଦିନକୁ ଦିନ ଧୁମ୍ରପାନ ବୃଦ୍ଧି ପାଇବାରେ ଲାଗୁଛି ।ତେବତ ପ୍ରତି ବର୍ଷ ପାଖାପାଖି ୩.୫ ଲକ୍ଷ ଲୋକ ସିଗାରେଟ୍ ଟାଣିବା କାରଣରୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ସେହିପରି ନ୍ୟାସ୍ନାଲ କାଉନସିଲ ଅଫ୍ ଆପ୍ଲାଏଡ୍ ଇକୋନୋମିକ ରିସର୍ଚ କରିଥିବା ଗବେଷଣା ଅନୁସାରେ ଧୂଆଁ ଟାଣୁଥିବା ୪୩ ପ୍ରତିଶତ ଲୋକ ନିରକ୍ଷର । ସେହିପରି ୧୬ ପ୍ରତିଶତ କଲେଜ ପଢ଼ୁଆ ଛାତ୍ରଛାତ୍ରୀ ବୋଲି ଜଣାପଡ଼ିଛି ।
ଅନ୍ୟପଟେ ଫାଉଣ୍ଡେସନ ଫର୍ ସ୍ମୋକି ଫ୍ରି-ୱାର୍ଲଡର ସର୍ଭେ ଅନୁସାରେ, ଭାରତରେ ପ୍ରତି ବର୍ଷ ପାଖାପାଖି ୬.୬ କୋଟି ଲୋକ ସିଗାରେଟ ଟାଣୁଛନ୍ତି । ଯାହା ଅନ୍ୟ ଦେଶ ତୁଳନାରେ ବହୁ ଅଧିକ ରହିଛି । ସେହିପରି ୨୬ କୋଟିରୁ ଅଧିକ ଲୋକ ଅନ୍ୟାନ୍ୟ ତମ୍ବାଖୁ ସାମଗ୍ରୀର ବ୍ୟବହାର କରୁଛନ୍ତି। ଏଥିପାଇଁ ଭାରତରେ ପାଖାପାଖି ୨୧ ପ୍ରତିଶତ ଲୋକେ କର୍କଟ ଭଳି ଭୟଙ୍କର ରୋଗର ଶିକାର ହେଉଛନ୍ତି ।