ଓଡ଼ିଶା 365 (ବ୍ୟୁରୋ): ଚଳିତ ବର୍ଷ ପ୍ରଥମ ଥର ସବୋର୍ଚ୍ଚ ସୀମା ଛୁଇଁଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଶୁକ୍ରବାର ଅପରାହ୍ନ ଗୋଟିଏ ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇ ୬୩୦ ଫୁଟରେ ପହଞ୍ଚିଛି। ଯାହା ମ୍ୟାଜିକ ନମ୍ବର ଛୁଇଁଛି।
ରୁଲକର୍ଭ ଅନୁସାରେ ଅକ୍ଟୋବର ୧ ତାରିଖ ସୁଦ୍ଧା ଜଳଭଣ୍ଡାରରେ ୬୩୦ ଫୁଟ ଜଳ ଗଚ୍ଛିତ ରଖିବାର ନିୟମ ରହିଛି। ତେବେ ଜଳ ସୁପରିଚାଳନା ଯୋଗୁଁ ଏହା ଧାର୍ଯ୍ୟ ସମୟର ୨ ଦିନ ପୂର୍ବରୁ ମ୍ୟାଜିକ ନମ୍ବର ଛୁଇଁଛି। ଜଳପ୍ରବେଶ ୧ ଲକ୍ଷ ୬୭ ହଜାର ୬୭୭ କ୍ୟୁସେକ ରହିଥିବା ବେଳେ ଆଜି ମ୍ୟାଜିକ ନମ୍ବର ଛୁଇଁଛି। ଗତ ବର୍ଷ ସେପ୍ଟେମ୍ବର ୨୮ ତାରିଖରେ ଜଳଭଣ୍ଡାର ମ୍ୟାଜିକ ନମ୍ବର ଛୁଇଁଥିଲା।