ଓଡ଼ିଶା 365 (ବ୍ୟୁରୋ) : ବୁଦ୍ଧି ଶିଖୁଛି ତଥାପି ଚେତୁନି କାନାଡା । ଭାରତ ବିରୋଧିରେ ଓଗାଳୁଛି ବିଷ। ସୃଷ୍ଟି କରୁଛି ଶତ୍ରୁ। ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ହତ୍ୟା ଘଟଣାପଛରେ ଭାରତକୁ ଦାୟୀ କରିବା ସହ ହତ୍ୟା ପଛରେ ଭାରତର ସହେନ୍ଦଜନକ ଭୂମିକା ଥିବା କହିଥିଲେ କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୁ। ମାତ୍ର କାନାଡାର ଏକଥା ଭାରତ ସହଜରେ ଗ୍ରହଣ କରିପାରୁନି। ଏ ପ୍ରସଙ୍ଗରେ ବିଶ୍ୱନେତା କାନାଡ଼ାକୁ ପ୍ରମାଣମାଗିଥିବାବେଳେ ଭାରତ ବିରୋଧିରେ କାନାଡା ପ୍ରମାଣ ଦେଇନପାରିବା ତାକୁ ମହଙ୍ଗା ପଡିଛି। ଫଳରେ ଅନେକ ଦେଶ କାନାଡାକୁ ବିରୋଧ କରୁଛନ୍ତି। ଦେଶରେ ହତ୍ୟା,ଲୁଟପାଟ ବଢିଥିବାବେଳେ ଆଇନ ଶୃଙ୍ଖଳା ରକ୍ଷାକରିନପାରିବା ଟ୍ରୁଡ଼ୋ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଭାରତ ସାରା ବିଶ୍ୱରେ ଆତଙ୍କବାଦୀର ଦମନ କରୁଥିବାବେଳେ କାନାଡା ନିଜର ଭୋଟ ବ୍ୟାଙ୍କ ବଞ୍ଚାଇବା ଲାଗି ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ପୋଷୁଛି। ମାତ୍ର ଆତଙ୍କବାଦୀକୁ ଲୋକଦେଖାଣି ବିରୋଧ କରୁଛି।
ଭାରତ ଉପରେ ମିଛରେ ଦୋଷ ଲଦିବାକାନାଡା ପ୍ରଧାନମନ୍ତ୍ରୀ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଗୋଟେପଟେ କାନାଡାର ଜନସାଧାରଣ ମାନେ ମଧ୍ୟ ତାଙ୍କୁ ବିରୋଧ କରିବା ସହ ସେ ଚରମ ପନ୍ଥୀ ମାନଙ୍କର ଖେଳନା ସାଜିଥିବା ସୋସିଆଲ ମିଡିଆରେ ସମାଲୋଚନା କରୁଥିବାବେଳେଆମେରିକା,ବ୍ରିଟେନ,ଫ୍ରାନ୍ସ,ଅଷ୍ଟ୍ରେଲିଆଭଳି ରାଷ୍ଟ୍ରର ବିଶ୍ୱ ନେତା କାନାଡ଼ାର ଭାରତ ବିରୋଧି ନିଷ୍ପର୍ତ୍ତିକୁ ବିରୋଧ କରିଆସୁଛନ୍ତି । ସେପଟେ ଇଉକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସହ କାନାଡା ଆସିଥିବା ସୈନ୍ୟ ଯାହାଙ୍କୁ କାନାଡା ସରକାର କରିଥିଲେ ସଂସଦରେ। ମାତ୍ର ସେ ସୈନ୍ୟ ଜଣଙ୍କ ହିଟଲର ସେନାର ସକ୍ରିୟ ସଦସ୍ୟ ଥିଲେ ଇଉଡି ମାନଙ୍କୁ ମଧ୍ୟ ହତ୍ୟା କରିଥିଲେ ।ଏକଥା ଜଣାପଡିବା ପରେ କାନାଡ଼ା ପ୍ରଧାନମନ୍ତ୍ରୀ କ୍ଷମା ମାଗିଥିଲେ । ଫଳରେ ଋୁଷ ମଧ୍ୟ କାନାଡାର ଶତ୍ରୁ ପାଲଟିଯାଇଥିବାବେଳେ ଇସ୍ରାଏଲ ଏହାକୁ ନେଇ ଆପର୍ତ୍ତି ଉଠାଇଥିଲା ।
ଅନ୍ୟପଟେ ଭୋଟରଙ୍କ ବିଶ୍ୱାସ ହରାଉଛନ୍ତି ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ, ତାଙ୍କ ଲୋକପ୍ରିୟତା କମିବାରେ ଲାଗିଛି। ନିକଟରେ ହୋଇଥିବା ଏକ ଜନମତ ସର୍ଭେ ରିପୋର୍ଟ ଅନୁଯାୟୀ କାନାଡ଼ାର ୪୦ ପ୍ରତିଶତ ନାଗରିକ ବିରୋଧୀ ଦଳ ନେତା ପିୟର୍ ପୋଲିବରେଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି। ତେବେ ଯଦି ନିର୍ବାଚନ ଆଜି ହେବ ତେବେ ପିୟର୍ଙ୍କୁ ୩୯ ପ୍ରତିଶତ ଭୋଟ୍ ମିଳିବ ଏବଂ ଟ୍ରୁଡୋଙ୍କୁ ମାତ୍ର ୩୦ ପ୍ରତିଶତ ଭୋଟ୍ ମିଳିବ। ଆଗକୁ କାନାଡ଼ାରେ ନିର୍ବାଚନ ଥିବାବେଳେ ଟ୍ରୁଡ଼ୋ ସରକାରଙ୍କୁ ପୁଣି ଥରେ ସରକାର ଗଢିବା ମୁସ୍କିଲ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ନିର୍ବାଚନ ପୂର୍ବରୁ କାନାଡ଼ା ସରକାର ନସୁଧୁରିଲେ ଆଗକୁ ହରାଇବାକୁ ପଡିବ ଗାଦି ।