ଓଡ଼ିଶା 365 (ବ୍ୟୁରୋ) : ପାକିସ୍ତାନର ଏକ ଟେଲିଭିଜନ୍ ଚାନେଲ୍ରେ ଲାଇଭ ସୋରେ ମାଡଗୋଳ ଦେଖିବାକୁ ମିଳିଛି । ରାଜନୈତିକ ବିତର୍କ ସୋ’ରେ ଅଂଶ ଗ୍ରହଣ କରିଥିବା ଦୁଇଜଣ ନେତା ଉତ୍କ୍ଷିପ୍ତ ହୋଇ ପିଟା ପିଟି ହୋଇଛନ୍ତି । ଫଳରେ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣାର ଭିଡଓ ଟି ଭାଇରାଲ ହେଉଛି । ଘଟଣାଟି ଲୋକପ୍ରିୟ ପାକିସ୍ତାନୀ ବିତର୍କ ସୋ’ ‘କଲ୍ ତକ୍’ରେ ଘଟିଛି। ମାଡ଼ଗୋଳରେ ସମ୍ପୃକ୍ତ ଥିବା ଦୁଇଜଣ ରାଜନେତା ହେଉଛନ୍ତି ‘ପାକିସ୍ତାନ ତେହରୀକ୍-ଏ-ଇନ୍ସାଫ୍’ର (ପିଟିଆଇ) ନେତା ଏବଂ ଅନ୍ଯ ଜଣେ ‘ପାକିସ୍ତାନ ମୁସ୍ଲିମ୍ ଲିଗ୍-ନୱାଜ୍’ର (ପିଏମ୍ଏଲ୍-ଏନ୍) ସିନେଟର୍ ଆଫ୍ନାନ୍ ଉଲ୍ଲା। ତର୍କ ଚାଲିଥିବା ବେଳେ ସିନେଟର୍ ଆଫ୍ନାନ୍ ଖାଁ ‘ପିଟିଆଇ’ ମୁଖ୍ୟ ଇମ୍ରାନ୍ ଖାଁଙ୍କ ନାଁରେ ଦୁର୍ନୀତି ଓ ସେନା ପ୍ରତିଷ୍ଠାନ ସହିତ ଗୁପ୍ତ ଆଲୋଚନା କରିଥିବା ଦୋଷାରୋପ କରିଥିଲେ। ଯୁକ୍ତିରେ ଏହାର ପ୍ରତ୍ୟୁତ୍ତର ଦେବା ପରିବର୍ତ୍ତେ ମାର୍ୱାତ୍ ଉତ୍କ୍ଷିପ୍ତ ହୋଇ ଖାଁଙ୍କ ମୁଣ୍ଡରେ ମାଡ଼ ମାରିଥିଲେ। ଖାଁ ପ୍ରତିଆକ୍ରମଣ କରିବାରୁ ଦୁହିଁଙ୍କ ମଧ୍ୟରେ ଚାପୁଡ଼ା ଓ ଗୋଇଠା ମରାମରି ଚାଲିଲା। ଏହି ଘଟଣା ଚାରିଆଡେ ଚର୍ଚ୍ଚା ହେଉଛି ।