ଓଡ଼ିଶା 365 (ବ୍ୟୁରୋ) : ଏୟାର ଇଣ୍ଡିଆର କର୍ମଚାରୀଙ୍କ ପାଇଁ ଡ୍ରେସ ଡିଜାଇନ କରିବେ ମନିଷ ମଲହୋତ୍ରା । ଲୋକପ୍ରିୟ ଫ୍ୟାଶନ ଡିଜାଇନର୍ ମନୀଷ ମଲହୋତ୍ରା ଏୟାର ଇଣ୍ଡିଆର ୧୦ହଜାରରୁ ଅଧିକ କର୍ମଚାରୀଙ୍କ ପାଇଁ ଡ୍ରେସ ଡିଜାଇନ କରିବେ । ଏୟାର ଇଣ୍ଡିଆ ନିଜ କର୍ମଚାରୀଙ୍କ ଡ୍ରେସ କୋଡ ପରିବର୍ତ୍ତନ କରିଛି । ସେହି ନୂଆ ୟୁନିଫର୍ମ ଡିଜାଇନ କରିବେ ମନିଷ ମଲହୋତ୍ରା । କ୍ୟାବିନ କ୍ରୁ,ଗ୍ରାଉଣ୍ଡ ଓ ସୁରକ୍ଷା କର୍ମୀଙ୍କ ସମେତ ଏୟାର ଇଣ୍ଡିଆର କର୍ମଚାରୀଙ୍କ ପାଇଁ ନୂଆ ଡିଜାଇନର ପୋଷାକ ତିଆରି ହେବ। ଭିଆଇପିଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ପୋଷାକ ଡିଜାଇନଙ୍ଗ୍ ପାଇଁ ମନୀଷ ଲୋଡା ପଡନ୍ତି। ମନୀଷ ଏବେ ଏକ ନୂଆ କାମ ହାତକୁ ନେଇଛନ୍ତି। ଉତ୍କୃଷ୍ଟ ଡିଜାଇନ ପାଇଁ ଜଣାଶୁଣା ୟାର ଇଣ୍ଡିଆର କର୍ମଚାରୀଙ୍କ ପାଇଁ ଡ୍ରେସ ଡିଜାଇନ କରିବେ । ମୋଟ ୧୦ ହଜାର କର୍ମଚାରୀଙ୍କ ପାଇଁ ଡ୍ରେସ ତିଆରି ହେବ।