ଓଡ଼ିଆ 365 (ବ୍ୟୁରୋ) : ଆଗକୁ ଆସୁଛି ୨୪ ନିର୍ବାଚନ। ନିର୍ବାଚନ ଯେତେ ପାଖେଇ ଆସୁଛି ମଳିନ ହେଉଛି ବିଜେଡି ଛବି। ସଚିବ କୁଆଡେ ଦଳର କଥା ବୁଝୁଥିବା ବିରୋଧି ଅଭିଯୋଗ ଆଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବଦଳରେ ସଚିବ ଲୋକଙ୍କ ସମସ୍ୟା ବୁଝୁଛନ୍ତି। ନେତାଙ୍କ ବଦଳରେ ହେଲିକପ୍ଟରରେ ସଚିବ ସାରା ଓଡ଼ିଶା ବୁଲୁଛନ୍ତି ତାର ଖର୍ଚ୍ଚକୁ ନେଇ ବିଜେପି-କଂଗ୍ରେସ ବିଜେଡିକୁ ଟାର୍ଗେଟ କରିଛନ୍ତି। ନବୀନ ଯଦି ଅସୁସ୍ଥ ଅଛନ୍ତି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ବିରୋଧି ଦାବି କରୁ ଆସୁଛନ୍ତି। ଏ ଘଟଣା ବିଜେଡିକୁ ଯେତିକି ବଦନାମ କରୁଛି ତା ଠାରୁ ବିଜେଡି ନେତା ଦଳକୁ ଆହୁରି ବଦନାମ କରି ଦଳର ଭାବମୂର୍ତ୍ତି ନଷ୍ଟ କରୁଛନ୍ତି । ମାହାଙ୍ଗା ଡର୍ବଲ ମର୍ଡର ଘଟଣାରେ ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ସପୃକ୍ତି ହେଉ ଅବା ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନଦାସ ଧର୍ମେନ୍ଦ୍ର ସାହୁ ହତ୍ୟାଘଟଣାରେ ରାଜ୍ୟରେ ହଇଚଇ ହେବ ସହ ବିଜେଡିମଧ୍ୟ ବଦନାମ ହୋଇଥିଲା। ସେହିପରି ବଲାଙ୍ଗିରର ମମିତା ମେହେର ହତ୍ୟାଘଟଣାରେ ପୂର୍ବତନ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଶେଷରେ ଇସ୍ତଫା ମଧ୍ୟ ଦେଇଥିଲେ।ସେହିପରି ବାହୁବଳୀ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବିଜେପି ନେତାଙ୍କୁ ଆକ୍ରମଣ ଓ ଗୁଣ୍ଡାଗର୍ଦ୍ଦି ପାଇଁ ବିଜେଡି ଦଳରୁ ପ୍ରଶାନ୍ତଙ୍କୁ ଦଳ ବହିଷ୍କାର କରିଥିଲା ।
ବିଜେଡିର ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଆମ ଘରର ହାଲଚାଲରେ ଦଳ ଓ ଜଣେ ଆଇଏସଙ୍କ ବିରୋଧରେ ବିବାଦୀୟ ସମ୍ପାଦକୀୟ ଲେଖିବା ସହ ନବୀନଙ୍କ କାର୍ଯ୍ୟକଳାପକୁ ନେଇ ବାରମ୍ୱାର ଅଙ୍ଗୁଳି ଉଠାଉଥିଲେ ପ୍ରଥମେ ସୌମ୍ୟଙ୍କୁ଼ ବିଜେଡି ଦଳର ଉପସଭାପତି ପଦରୁ ବିଦା କରିବାର କିଛି ଦିନ ପରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ବିଦା କରିଛନ୍ତି। ନବଦାସ ହତ୍ୟଘଟଣାରେ ଅନେକ ଦିନ ବିତିଯାଇଥିଲେ ମଧ୍ୟ ତାର ଖିଅ ଖୋଜିପାଉନି ବିଜେଡି,ଯେଉଁଠାରେ ନିଜ ମନ୍ତ୍ରୀଙ୍କୁ ବିଜେଡି ସୁରକ୍ଷା ଦେଇପାରୁନି ସେ ରାଜ୍ୟବାସୀଙ୍କୁ କଣ ସୁରକ୍ଷା ଦେବ ବୋଲି ଲୋକମାନେ ଖୋଲାଖୋଲି କହୁଛନ୍ତି। ୨୩ବର୍ଷରେ ବିଜେଡି ପାଦ ଦେଇଥିବାବେଳେ ନେତାଙ୍କ ବିରୋଧି ସ୍ୱର ସହ ସଚିବଙ୍କ ଜନଶୁଣାଣି ଗସ୍ତ ପରେ ବିଜେଡି ନେତାଏ ଘରକୁ ଘର ବୁଲି
ପଦଯାତ୍ରା କରିବା ସହ ଜନତାଙ୍କ ସର୍ମଥନ ଯୋଗାଡ କରିବେ, ଓଡିଶା ସରକାରଙ୍କଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଜାଇବାକୁ ବିଜେଡି ଅଣ୍ଟା ଭିଡିଛି। ବର୍ଷକରେ ୨୨ ପ୍ରତିଶତ କମିଛି ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା,ସେଥିପାଇଁ ନୂଆ ମୁହଁ ଖୋଜି ଖୋଜି ଜଣେ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସାରା ବୁଲାଯାଉଛି । ଏହି ସରକାରୀ ବାବୁଙ୍କ ବିରୁଦ୍ଧରେ ଯିଏ କହିଲା ତାଙ୍କୁ ଆକ୍ରମଣ ମଧ୍ୟ କରାଯାଉଛି ବୋଲି ବିଜେପି ନେତା ମଧ୍ୟ ଅଭିଯୋଗ କରିଛନ୍ତି। ଧିରେ ଧିରେ ବିଜେଡି ଉପରୁ ଲୋକେ ଆସ୍ଥା ହରାଉଛନ୍ତି ୨୪ରେ ଓଡ଼ିଶାରେ ପଦ୍ମ ଫୁଟିବ ବୋଲି ବିଜେପି ମଙ୍ଗୁଆଳ ମନମୋହନ ସାମଲ ଦୃଢଉକ୍ତି ପ୍ରକାଶ କରିଛନ୍ତି। ସେପଟେ କଂଗ୍ରେସ ନେତା ମଧ୍ୟ ଲୋକ ବିଶ୍ୱାସ ଜିତିବାକୁ ଲୋକଙ୍କ ନିକଟତର ହେଉଛନ୍ତି।