ଓଡ଼ିଶା 365 (ବ୍ୟୁରୋ) : ସମସ୍ତେ ମେଡ଼ିସିନ ତ ଖାଉଛନ୍ତି କିନ୍ତୁ ଏହା କିପରି ଖାଇବା ଉଚିତ ତାହା ଅଧିକ ଲୋକ ଜାଣିନଥାନ୍ତି । ମେଡ଼ିସନ ଖାଇବାର ମଧ୍ୟ କିଛି ନା କିଛି ଉପାୟ ରହିଛି। ମନ ଇଚ୍ଛା ଏମିତି ମେଡ଼ିସନ ଖାଇଲେ ହୁଏତ ରୋଗ ଶୀଘ୍ର ଭଲ ହେବ ନାହିଁ। ତେଣୁ ଆମେ ଆଜି ଆପଣଙ୍କୁ କହିବୁ ମେଡ଼ିସିନ ଖାଇବାର ପ୍ରକୃତ ତରିକା । ଆଜି କାଲି ରୋଗ ଯେମିତି ସାଙ୍ଗ ହେଇଗଲାଣି । ସେ ପେଟ ଖରାପ ହେଉ କିମ୍ବା ଜର, ଥଣ୍ଡା । ସବୁଥିରେ ଔଷଧର ଆବଶ୍ୟକତା ପଡୁଛି । ହେଲେ ଔଷଧ ଆପଣ କେମିତି ଖାଉଛନ୍ତି । ଆଉ ରୋଗରୁ ମୁକ୍ତି ହେବାକୁ କେତେ ସମୟ ଲାଗୁଛି ତାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଅନେକ ଥର ଦେଖାଯାଏ ଔଷଧର ପ୍ରଭାବ ଦେଖାଯାଏ । ଆଉ କେବେ କେବେ ଔଷଧର ପ୍ରଭାବ ଦେଖାଯାଏ ନାହିଁ। ଏଭଳି କାହିଁକି ହୋଇଥାଏ କୌଣସି ଔଷଧ କେବେ ବହୁତ ଭଲ ଫଳ ଦେଇଥାଏ ତ ପୁଣି କେବେ ବିଲକୁଲ କାମ ଦିଏନି । ଏହାକୁ ବୁଝିବା ପାଇଁ ଆମେରିକାର ଜନ୍ସ ହପକିନ୍ସ ୟୁନିଭରସିଟି ଏକ ରିସର୍ଚ୍ଚ କରିଛି ।
ରିସର୍ଚ୍ଚରେ ଏହି ପ୍ରଶ୍ନର ଉତ୍ତର ମିଳିଲା କି ପ୍ରକୃତରେ ଔଷଧ କେବେ ଶୀଘ୍ର ପ୍ରଭାବ ଦେଖାଇଥାଏ ଆଉ କେବେ ଧିରେ । ଅନୁସନ୍ଧାନକାରୀଙ୍କ କହିବା କଥା ଯେତେବେଳେ ବି ମଣିଷ କୌଣସି ଔଷଧ ଖାଇଥାଏ ତେବେ ତାହା ରକ୍ତରେ ମିଶିବା ପରେ ନିଜର ପ୍ରଭାବ ଦେଖାଇଥାଏ । କୌଣସି ବି ଔଷଧକୁ ରକ୍ତରେ ମିଶିବା ପାଇଁ ପେଟ ଓ ଅନ୍ତନଳୀ ଦେଇ ଯିବାକୁ ପଡେ । ଏହି ପୁରା ପ୍ରକ୍ରିୟାରେ କେତେ ସମୟ ଲାଗିବ । ଏହା ସବୁ ଔଷଧ ନେବା ସମୟରେ ରୋଗୀର ବସିବା ଓ ଶୋଇବା ଉପରେ ନିର୍ଭର କରିଥାଏ ।ଅନୁସନ୍ଧାନକାରୀଙ୍କ ହିସାବରେ ଔଷଧ କେତେ ଶୀଘ୍ର ତାର ପ୍ରଭାବ ଦେଖାଇବ ଏହା ରୋଗୀର ବଡି ପୋଶ୍ଚର ଦାୟୀ । ଜନ୍ସ ହପକିଙ୍ଗ୍ସ ୟୁନିଭରସିଟିର ଅନୁସନ୍ଧାକାରୀଙ୍କ କହିବା କଥା ଯଦି ଆପଣ ଚାହୁଁଛନ୍ତି କିଔଷଧର ପ୍ରଭାବ ଶୀଘ୍ର ହେଉ ତେବେ ରୋଗୀକୁ ସିଧା ବସିବା ଅପେକ୍ଷା ଡାହାଣ କଡକୁ ମାଡି ତଳକୁ ନଇଁକି ବସିବା ଠିକ ହେବ । ଏହାକୁ ବୁଝାଇବା ପାଇଁ ଜଣେ ଅନୁସନ୍ଧାନକାରୀ ଏକ ମଣ୍ଡଳ ତିଆରି କଲେ । ଯାହା ପେଟର କମ୍ପୁଟର ମଣ୍ଡଳ କୁହାଯିବ ।
ଔଷଧକୁ ଯେତେବେଳେ ଡାହାଣ ଆଡକୁ ନଇଁକି ନିଆଯାଏ ତେବେ ତାହା ପେଟର ସିଧା ଭିତରକୁ ଯାଇଥାଏ ଓ ଅତିଶୀଘ୍ର ମିଶିଯାଇ ତାର ପ୍ରଭାବ ଦେଖାଇଥାଏ । ରିସର୍ଚ୍ଚ ସମୟରେ ସାମନାକୁ ଆସିଛି କି ବାମ ପଟକୁ ନଇଁକି ବସିବା ଦ୍ୱାରା ଶରୀରରେ ଔଷଧର ଅବଜର୍ଭେସନ କମ ହୋଇଥାଏ । ଏଥିପାଇଁ ଏହାର ପ୍ରଭାବ ବି ଧିରେ ହୋଇଥାଏ । ଅନୁସନ୍ଧାନକାରୀଙ୍କ କହିବା କଥା କି ସିଧା ବସିବା ତୁଳନାରେ ବାମ ପଟକୁ ନଇଁକି ବସିବା ଦ୍ୱାରା ଔଷଧର ପ୍ରଭାବ ବା କାମ ୫ଗୁଣା ଯାଏଁ ଧିର ହୋଇୟାଏ । ଫଳରେ ତାହା ବେଳେ ବେଳେ କାମ କରିନଥାଏ ।