ଓଡ଼ିଶା 365 (ବ୍ୟୁରୋ) : ବଢ଼ିଲା ବିଜେପି ସାଂସଦ ମେନକା ଗାନ୍ଧୀଙ୍କ ଅଡୁଆ। ଇସ୍କନ ସଂଗଠନକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ମେନକାଙ୍କୁ ମହଙ୍ଗା ପଡିଛି । ବିଜେପି ସାଂସଦ ମେନକା ଗାନ୍ଧୀଙ୍କବିରୁଦ୍ଧରେ ୧୦୦ କୋଟି ଟଙ୍କାର ମାନହାନୀ ନୋଟିସ ପଠାଇଛି । ମେନକା ଗାନ୍ଧୀ ନିକଟରେ ଇସ୍କନକୁ ନେଇ ଏକ ବଡ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ, ଇସ୍କନ ସଂସ୍ଥା ପାଳନ କରୁଥିବା ଅନେକ ଗାଇ ସେ କଂସେଇ ମାନଙ୍କୁ ବିକ୍ରି କରେ । ମେନକାଙ୍କ ଏଭଳି ବୟାନ ଇସ୍କନ ଭକ୍ତଙ୍କୁ ଆଘାତ ଦେଇଥିଲା । ଇସ୍କନ କଲିକତାର ଉପାଧ୍ୟକ୍ଷ ରାଧାରମଣ ଦାସ ଘଟଣାକୁ ନେଇ କହିଛନ୍ତି, ମେନକା ଇସ୍କନକୁ ନେଇ ଦେଇଥିବା ଅପମାନ ଜନକ ମନ୍ତବ୍ୟ ଇସ୍କନ ଭକ୍ତ. ସମର୍ଥକଙ୍କ ଭାବନାକୁ କ୍ଷତି ପହଂଚାଇଛି । ତେବେ ମେନକାଙ୍କ ବିରୁଦ୍ଧରେ ଇସ୍କନ ୧୦୦ କୋଟି ଟଙ୍କାର ମାନହାନୀ ନୋଟିସ ଦେଇଛି । ତେବେ ଏହି ଘଟଣା ଆହରୁ ବିବାଦୀୟ ହେବ ବୋଲି ଆଶଙ୍କା କରାଯାଉଛି ।