ଓଡ଼ିଶା 365 (ବ୍ୟୁରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ରାଜପଥର ବିସ୍ତାର କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କ ସୂଚନା ଅନୁସାରେ, ଦେଶରେ ବିଭିନ୍ନ ସ୍ଥାନରେ ୫୦ରୁ ୧୦୦ କିମି ମଧ୍ୟରେ ପ୍ରସ୍ତୁତ କରିବା ପାଇଁ ଯୋଜନା ଚାଲିଛି। ୨୦ତମ ଭାରତ-ଆମେରିକା ଶିଖର ସମ୍ମିଳନୀରେ ସମ୍ବୋଧିତ କରି ଏଭଳି କହିଛନ୍ତି । ସେ କହିଛନ୍ତି, ଦେଶରେ ବିଭିନ୍ନ ସ୍ଥାନରେ ୫୦ ରୁ ୧୦୦ କିମି ସୀମା ମଧ୍ୟରେ ଏସ୍ପପ୍ରେସ ଓ୍ୱେ ନିର୍ମାଣ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ବର୍ତ୍ତମାନ ଦେଶର ସଡକ ନେଟଓ୍ୱାର୍କ ପାଖାପାଖି ୯୦ ହଜାର କିଲୋମିଟର । ତେବେ ଗ୍ରାମୀଣ ଅଂଚଳରେ ସଡ଼କ ନେଟଓ୍ୱାର୍କକୁ ଆହୁରି ମଝଭୁତ କରିବାକୁ ସରକାର ପ୍ରସ୍ତୁତି ଆରମ୍ଭ କରିବାକୁ ଯାଉଛନ୍ତି । ନିକଟରେ ଯାତ୍ରୀଙ୍କ ସୁରକ୍ଷା ବଢାଇବା ପାଇଁ ରାଷ୍ଟ୍ରୀୟ ରାଜମାର୍ଗର ନୀୟମରେ ମଧ୍ୟ ଅନେକ ପରିବର୍ତ୍ତନ ଆଣିଛନ୍ତି । ତେବେ ଦେଶରେ ଗ୍ରାମୀଣ ଅଂଚଳରେ ଅଧିକ ଏସ୍ପପ୍ରେସ ଓ୍ୱେ ନିର୍ମାଣ ହେବା ଦ୍ୱାରା ଗ୍ରାମୀଣ ଉତ୍ପାଦ ସହଜ ଓ ସରଳ ଭାବରେ ସହରେ ପହଂଚି ପାରିବ।