ଓଡ଼ିଶା 365 (ବ୍ୟୁରୋ) : ପାକିସ୍ତାନର ବଲୋଚିସ୍ତାନରେ ବିସ୍ଫୋରଣ ଘଟି ୫୫ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାରେ ଅନେକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ବିସ୍ଫୋରଣ ଘଟଣାରେ ମୃତକଙ୍କ ମଧ୍ୟରେ ଜଣେ ଡେପୁଟି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ମଧ୍ୟ ଥିବା ଜଣାପଡ଼ିଛି। ବଲୋଚିସ୍ତାନର ମସ୍ତୁଙ୍ଗ୍ ଜିଲ୍ଲାରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳନ ନିମନ୍ତେ ଜନସମାଗମ ହୋଇଥିବା ଏହି ବିସ୍ଫୋରଣ ଘଟିଛି। ଏକ ମସ୍ଜିଦ୍ ନିକଟରେ ଏହି ପ୍ରଚଣ୍ଡ ବିସ୍ଫୋରଣ ଘଟିଥିବା କୁହାଯାଉଛି । ଆହତମାନଙ୍କୁ ଆଖପାଖରେ ଥିବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ବିଷ୍ଫୋରଣ ଘଟଣାକୁ ନେଇ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ଚଳିତ ମାସରେ ଏହା ହେଉଛି ମସ୍ତୁଙ୍ଗ୍ ଜିଲାରେ ଦ୍ବିତୀୟ ପ୍ରମୁଖ ବିସ୍ଫୋରଣ। ମାସ ଆରମ୍ଭରେ ଘଟିଥିବା ଅନ୍ୟ ଏକ ବିସ୍ଫୋରଣରେ ‘ଜମୈତ୍ ଉଲେମା-ଏ-ଇସ୍ଲାମ୍ ଫଜଲ୍’ର ନେତା ହାଫିଜ୍ ହାମଦୁଲ୍ଲାଙ୍କ ସମେତ ଅନେକ ଲୋକ ଆହତ ହୋଇଥିଲେ।