ଓଡ଼ିଶା 365 (ବ୍ୟୁରୋ) : ଖାଲି ପେଟରେ ରସୁଣ ଖାଇବା ଦ୍ୱାରା ଓଜନ ହ୍ରାସ ହେବାରେ ବେଶ ସହାୟକ ହୋଇଥାଏ । ରସୁଣରେ କିଛି ବିଶେଷ ପୋଷକ ତତ୍ତ୍ୱ ରହିଛି । ଏହା ଶରୀରରେ ଥିବା ଚର୍ବିକୁ ଦ୍ରୁତ ଗତିରେ କମାଇଥାଏ।ଖାଲିପେଟରେ କଞ୍ଚା ରସୁଣ ଖାଇବା ଦ୍ୱାରା ଦୁଃଶ୍ଚିନ୍ତା ଦୂର କରିବାରେ ସହାୟକ ହୋଇଥାଏ । ତେଣୁ ଚିନ୍ତା ଦୂର ପାଇଁ ରସୁଣ ସେବନ କରି ପାରିବେ । ଯେଉଁମାନଙ୍କର ବଦହଜମି,ପେଟ ଫୁଲିବା ଓ ଆମ୍ବିଳା ହେକୁଟି ଆଦି ସମସ୍ୟା ରହିଛି,ସେମାନେ ଖାଲିପେଟରେ ରସୁଣ ଖାଇବା ଖୁବ ଉପକାରୀ ।
ରସୁଣ ପାଚନ ସହ ଜଡିତ ସମସ୍ୟାକୁ ଦୂର କରିବା ପାଇଁ ବେଶ ସହାୟକ ହୋଇଥାଏ।ନିୟମିତ ଖାଲିପେଟରେ ଗୋଟିଏ ରସୁଣ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଏହା ଶରୀରକୁ ବିଭିନ୍ନ ରୋଗ ସଂକ୍ରମଣରୁ ରକ୍ଷା କରିବା ସହ ଅନ୍ୟ ରୋଗ ହେବାର ଆଶଙ୍କା ଖୁବ୍ କମ ଥାଏ ।