ଓଡ଼ିଶା 365 (ବ୍ୟୁରୋ):ଭଦ୍ରକରେ ବାପ-ଝିଅ ନଦୀକୁ ଡେଇଁ ପଡ଼ିବା ଘଟଣା । ବୈତରଣୀ ନଦୀର କଣ୍ଟିଘାଇରୁ ମିଳିଲା ନିଖୋଜ ଚନ୍ଦନ ସାହୁଙ୍କ ମୃତଦେହ। ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରିବା ପରେ ଚନ୍ଦନଙ୍କ ବଡ଼ ଭିଣୋଇ ମୃତଦେହଟି ତାଙ୍କର ଶଳାର ବୋଲି ଚି଼ହ୍ନଟ କରିଛନ୍ତି। ଅନ୍ୟପକ୍ଷରେ ଅଢ଼େଇ ବର୍ଷର ଝିଅର କୌଣସି ପତା ମିଳିନାହିଁ। ଅଗ୍ନିଶମ ବାହିନୀ ପିଲାଟିକୁ ଖୋଜାଖୋଜି କରୁଛନ୍ତି।
ସୂଚନାଯୋଗ୍ୟ, ବୁଧବାର ରାତି ପ୍ରାୟ ସାଢ଼େ ୯ଟା ସମୟରେ ଚନ୍ଦନ ସାହୁ ଓ ନିଜର ଅଢ଼େଇ ବର୍ଷର ଝିଅକୁ ଧରି ବୈତରଣୀ ସେତୁରୁ ନଦୀକୁ ଡେଇଁ ପଡ଼ିଥିଲେ। ପୋଲ ଉପରେ ଚନ୍ଦନ ବାଇକ୍, ମୋବାଇଲ୍ ଓ ଜୋତା ରଖି ନଦୀକୁ ଡେଇଁପଡ଼ିଥିଲେ। । ସ୍ଥାନୀୟ ଲୋକେ ଏନେଇ ପୁଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଚନ୍ଦନ ମରିବା ପୂର୍ବରୁ ନିଜ ବଡ଼ ଭଉଣୀକୁ ନିଜ ଝିଅକୁ ଧରି ନଦୀକୁ ଡେଇଁବାକୁ ଯାଉଛି ବୋଲି କହିଥିଲେ। ଯାହାର ଅଡିଓ ଭାଇରାଲ ହେଉଛି। ଚନ୍ଦନ ସୁରତରେ ଚାକିରି କରୁଥିଲେ। ମାସେ ତଳେ ପତ୍ନୀ ଲକ୍ଷ୍ମୀପ୍ରିୟା ସେଠାରେ ଆତ୍ମହତ୍ୟା କରିବା ପରେ ଅଢ଼େଇ ବର୍ଷର ଝିଅକୁ ଧରି ଗାଁକୁ ଚାଲି ଆସିଥିଲେ। ତେବେ ମାନସିକ ଅବସାଦ ନା ଅନ୍ୟ କେଉଁ କାରଣରୁ ନଦୀକୁ ଡେଇଁଲେ ବୋଲି ଅନୁମାନ କରାଯାଉଥିଲା।