ଓଡ଼ିଶା 365 (ବ୍ୟୁରୋ): ଦିନକୁ ଦିନ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍। ପ୍ରତ୍ୟେଦ ଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ପଜିଟିଭ ସାମ୍ନାକୁ ଆସୁଛନ୍ତି। ଏହି କେରମରେ ଆଜି ସୁନ୍ଦରଗଡ଼ରୁ ପୁଣି ୧୦ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟାକୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୧୧କୁ ବୃଦ୍ଧି ହୋଇଛି ।
ସୂଚନାଥାଉକି, ଜିଲ୍ଲାରେ ୪୨ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ୫୧ଟି ରକ୍ତନମୁନା ପରୀକ୍ଷା ପରେ ୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛି । ମେଡିକାଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଉଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚକିତ୍ସା ଅଧିକାରୀ ଡଃ କାହ୍ନୁଚରଣ ନାୟକ । ସୂଚନା ଥାଉକି ୨୪ ଘଣ୍ଟାରେ ପୁଣି ୧୦ ଜଣ ସ୍କ୍ରବ ଟାଇଫସ ପଜିଟିଭ ଚିହ୍ନଟ । ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୨୧ରେ ପହଂଚିଛି । ୨୪ ଘଣ୍ଟାରେ ୬ ସ୍କ୍ରବ୍ ଟାଇଫସ୍ ଚିହ୍ନଟ, ୨୦୬ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା ଗତ ଜାନୁଆରୀ ମାସରୁ ସେପ୍ଟେମ୍ବର ୨୦ ଯାଏ ସରକାରୀ ଭାବେ ୨୦୦ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସୂଚନା ଦିଆଯାଇଛି ।