ଓଡ଼ିଶା 365 (ବ୍ୟୁରୋ) : ଆସନ୍ତା ଅକ୍ଟୋବର ୧ରୁ ଅନ୍ଲାଇନ ଗେମିଂ ଉପରେ ୨୮ ପ୍ରତିଶତ ଦ୍ରବ୍ୟ ଓ ସେବା ଟିକସ (ଜିଏସ୍ଟି) ଲାଗୁ ହେବାକୁ ଯାଉଛି । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଥିବା ଜଣାପଡିଛି। କେନ୍ଦ୍ର ସରକାର ବିଭିନ୍ନ ସେକ୍ଟରକୁ ଜିଏସ୍ଟି ପରିସରକୁ ଆଣି ଟିକସ ସଂଗ୍ରହ ବଢ଼ାଇବା ପାଇଁ ଉଦ୍ୟମ କରୁଛନ୍ତି । ତେବେ ଅଥିରେ ଅନ୍ଲାଇନ ଗେମିଂ ପ୍ଲାଟଫର୍ମ ମଧ୍ୟ ଯୋଡିହୋଇଛି। ଅନ୍ଲାଇନ ଗେମିଂ ଉପରେ ମଧ୍ୟ ଜିଏସ୍ଟି ଲାଗୁ କରିବେ କେନ୍ଦ୍ର ସରକାର। ମୋଟି ୨୮ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ। ସବୁ ରାଜ୍ୟ ଗୁଡିକର ସହମତି ତଥା ଲୋକ ସଭାରେ ଜିଏସ୍ଟି ଆଇନ ସଂଶୋଧନ ବିଲ୍ ହେବା ପରେ ଏହି ପଦକ୍ଷେପ ନିଆଯାଇଛି। କେତେକ ଅନ୍ଲାଇନ୍ ଗେମିଂ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଦିଆଯାଇଛି । ତେବେ ଆସନ୍ତା ଅକ୍ଟୋବର ୧ରୁ ଅନ୍ଲାଇନ ଗେମିଂ ଉପରେ ୨୮ ପ୍ରତିଶତ ଦ୍ରବ୍ୟ ଓ ସେବା ଟିକସ ଦେବାକୁ ପଡିବ ।