ଓଡ଼ିଶା 365 (ବ୍ୟୁରୋ) : ବାବା ଗୋରେଖନାଥ, ଜଗତସିଂହପୁର ଜିଲା ଅନ୍ତର୍ଗତ କେରକେରା ଗ୍ରାମରେ ପ୍ରସିଦ୍ଧ ଠାକୁର ବାବା ଗୋରଖନାଥ ଓଡ଼ିଶାର ଏକ ପ୍ରସିଦ୍ଧ ଶୈବପୀଠ । ଏହି ମନ୍ଦିରରେ ବାବା ଶିବ ସମର୍ପିତ । ଜନବିଶ୍ୱାସ ଅନୁଯାୟୀ ନାଥ ସମ୍ପ୍ରଦାୟର ଗୋରଖନାଥକୁ ଅଭିହିତ କରି ମନ୍ଦିରଟିର ସୃଷ୍ଟି । ମନ୍ଦିରରେ ବାବା ଦୀର୍ଘ ଦୁଇଶହ ବର୍ଷ ପୁର୍ବରୁ ପୁଜା ପାଉଛନ୍ତି । ମନ୍ଦିର ତିଆରି ହୋଇ ନଥିବା ବହୁ ପୁର୍ବରୁ ମଧ୍ୟ ବାବା ଏଠାରେ ପୁଜା ପାଇ ଆସୁଛନ୍ତି । ଗୋରଖନାଥ ମନ୍ଦିର, ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅନ୍ତର୍ଗତ କେରେକେରାଠାରେ ଅବସ୍ଥିତ । ଗୋରେଖନାଥଙ୍କ ପିଠରେ ମହାଶିବରାତ୍ରି ଓ ମାଘମାସ ଅଗ୍ନି ଉତ୍ସବ ପାଳନ ହୁଏ । ଏହାଛଡା ବବାଙ୍କ ପିଠରେ ବିବାହ, ବ୍ରତ ଓ ଚୁଡାକରଣ ପ୍ରାୟ ସବୁ ସମୟରେ ଚାଲିଥାଏ ।
ଲୋକକଥା ଅନୁଯାୟୀ ସର୍ପାଘାତରେ ପୀଡ଼ିତ ବ୍ୟକ୍ତିବିଶେଷଙ୍କର ବାବାଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ । କୁହାଯାଏ ଡାକ୍ତରଖାନାରୁ ଫେରି ଆସିଥିବା ପୀଡ଼ିତ ବ୍ୟକ୍ତିର ଏଠାରେ ସତିଆ ହୂକୁମରେ ବିଷ ହରଣ ହୋଇଯାଏ । ସର୍ପାଘାତ ପାଇଥିବା ବ୍ୟକ୍ତି ମନ୍ଦିର ପ୍ରାଙ୍ଗଣରେ ଥିବା ପୋଖରିରେ ଗୋଡଧୋଇ ଆସି ବାବାଙ୍କ ପାଖରେ ଅଧିଆ ପଡନ୍ତି । ଅଧିଆ ପଡି଼ବାର କିଛି ସମୟ ପରେ ବାବାଙ୍କ ପଛରେ ଥିବା ବଡ଼ ଝିଟିପିଟି ସତିଆ ଡାକ ଦେବାପରେ ହୁକୁମ କାମକରେ ଓ ବିଷ ହରଣ ହୁଏ ।
ସତିଆ ଡାକ ପରେ ପିଡି଼ତଙ୍କୁ ବାବାଙ୍କ ବିଭୁତି ଦିଆଯାଇଥାଏ । ଏହାଦ୍ୱାରା ସର୍ପର ସମସ୍ତ ବିଷ ହରଣ ହୋଇଯାଏ ବୋଲି ଅନେକ ବିଶ୍ୱାସ ରହିଛି । ଠିକ ସେହିପରି ମନ୍ଦିରର ପ୍ରାଙ୍ଗଣରେ ଥିବା ବଟବୃକ୍ଷରେ ଡୋରି ବାନ୍ଧିବାଦ୍ୱାରା ସନ୍ତାନ ସନ୍ତତି ହେଉନଥିବା ମହିଳାମାନଙ୍କ ସନ୍ତାନ ପ୍ରାପ୍ତି ହେବା ସହ ମନୋବାଞ୍ଛା ମଧ୍ୟ ପୁରଣ ହୋଇଥାଏ । ବାବାଙ୍କର ମହିମା ପାଇଁ ପାଖ ଜିଲ୍ଲା ତଥା ରଜ୍ୟ ବାହାରୁ ମଧ୍ୟ ଭକ୍ତ ଏଠାକୁ ଆସିଥାନ୍ତ ।