ଓଡ଼ିଶା 365 (ବ୍ୟୁରୋ) : ମିଶନ ଚନ୍ଦ୍ରଯାନ -୩ର ରୋଭର ‘ପ୍ରଜ୍ଞାନ’ଠାରୁ ଯାହା ଆଶା କରାଯାଉଥିଲା ତାହା ହାସଲ ହୋଇଛି । ଚନ୍ଦ୍ରରେ ଏବେ ଏହା ଜାଗ୍ରତ ଅବସ୍ଥାରେ ନଥିଲେ ମଧ୍ୟ ଆଶାତୀତ ସଫଳତା ହାସଲ ହୋଇସାରିଛି ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ମୁଖ୍ୟ ଏସ୍ ସୋମନାଥ କହିଛନ୍ତି । ପ୍ରଜ୍ଞାନ ଯଦି ବର୍ତ୍ତମାନର ନିଦ୍ରା ଅବସ୍ଥାରୁ ସକ୍ରିୟ ହୋଇପାରିବ ନାହିଁ ତେବେ ମଧ୍ୟ କିଛି ଫରକ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। ସେହିପରି ଚନ୍ଦ୍ରର ତାପମାତ୍ରା ମାଇନସ୍ ୨୦୦ ଡିଗ୍ରି ସେଲସିୟସକୁ ଖସିଯିବା ସହିତ ଅତ୍ୟଧିକ ପ୍ରତିକୂଳ ପାଗ ଯୋଗୁଁ ଯଦି ପ୍ରଜ୍ଞାନର ଇଲେକ୍ଟ୍ରୋନିକ୍ ସର୍କିଟ୍ ନଷ୍ଟ ହୋଇନଥାଏ ତେବେ ଏହା ପୁନର୍ବାର ସକ୍ରିୟ ହେବ ବୋଲି(ଇସ୍ରୋ) ମୁଖ୍ୟ ଏସ୍ ସୋମନାଥ ସୂଚନା ଦେଇଛନ୍ତି । ଗୁଜୁରାଟର ସୋମନାଥ ମନ୍ଦିର ପରିଦର୍ଶନ କରିବା ଅବସରରେ ଏହି ସୂଚନା ଦେଇଛନ୍ତି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ମୁଖ୍ୟ ଏସ୍ ସୋମନାଥ ।