ଓଡ଼ିଶା 365 (ବ୍ୟୁରୋ) : ମଣିପୁର ହିଂସା ଘଟଣାରେ ସମ୍ପୃକ୍ତ ଦୋଷୀଙ୍କୁ ଛଡ଼ା ଯିବ ନାହିଁ । ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଶାହ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ। ମଣିପୁରରେ ୨ ଛାତ୍ରଙ୍କ ହତ୍ୟା ଘଟଣାକୁ ବିରୋଧ କରି ଜୋରଦାର ହିଂସା ଉପୁଜିଛି। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଏହି ଘଟଣାକୁ ନେଇକି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି । ଗୃହ ମନ୍ତ୍ରୀ ଅମିତ ଶାହ ବ୍ୟକ୍ତିଗତ ଭାବେ ବୀରେନ ସିଂହଙ୍କୁ ଫୋନ୍ କରି ଘଟଣାର ସିବିଆଇ ତଦନ୍ତ ହେବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଏହାରି ଭିତରେ ସିବିଆଇ ଅଧିକାରୀଙ୍କର ଏକ ଟିମ୍ ମଣିପୁର ରାଜଧାନୀ ଇମ୍ଫାଲରେ ପହଞ୍ଚି ଉକ୍ତ ଅପରାଧ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମଣିପୁରରେ ୨ ଛାତ୍ରଙ୍କ ହତ୍ୟା ଘଟଣାକୁ ବିରୋଧ କରି ଜୋରଦାର ହିଂସା ଉପୁଜିଛି। ହତ୍ୟାର ଶିକାର ହୋଇଥିବା ଉଭୟ ଛାତ୍ରଙ୍କ ବାପା ମା’ ସିବିଆଇ ମାମଲାର ତଦନ୍ତ ଭାର ଗ୍ରହଣ କରିବା ପରେ ହତ୍ୟା ଘଟଣାରୁ ରହସ୍ୟ ହଟିବ ବୋଲି ଆଶାବାଦି ଅଛନ୍ତି । ୨ ଜଣ ଛାତ୍ର ଜୁଲାଇ ୬ ତାରିଖରୁ ନିଖୋଜ ହୋଇଯାଇଥିଲେ। ବିଷ୍ନୁପୁର ଜିଲ୍ଲାର ନାମ୍ବୋଲରେ ସେମାନଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା।ପରେ ତାଙ୍କୁ ହତ୍ୟା ହୋଇଥିବା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।