ଓଡ଼ିଶା 356 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ ଷ୍ଟାର । ଏହି ଷ୍ଟାରମାନଙ୍କ ଯୁବାବସ୍ଥାକୁ ନେଇ ଦର୍ଶକମାନଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି ।କାରଣ ଗତକାଲି ରିଲିଜ ହୋଇଛି ରଣବୀର କପୁରଙ୍କ ସିନେମା ‘ଆନିମଲ’ର ଟିଜର । ଏଥିରେ ରଣୀବରଙ୍କୁ ଅତି ଭୟାବହ ଚରିତ୍ରରେ ଦେଖିବାକୁ ମିଳୁଛି। ଟିଜର ଆରମ୍ଭରେ ରଣବୀର କପୁର ରଶ୍ମିକା ମନ୍ଦାନାଙ୍କ ଯୋଡ଼ି ଦର୍ଶକଙ୍କ ମନକୁ ଛୁଇଛିଁ । ଏଥିରେ ଅନିଲ ତାଙ୍କ ପୁଅକୁ ଗୋଟିଏ ପରେ ଗୋଟିଏ ଜୋରରେ ଚାପୁଡ଼ା ମାରୁଥିବାର ଦେଖିବାକୁ ମିଳିଛି। ଏହି କାହାଣୀଟି ପିତା-ପୁତ୍ର ସମ୍ପର୍କ ଏବଂ ପ୍ରତିଶୋଧ ଉପରେ ଆଧାରିତ । ହେଲେ ଏଥିରେ ରଣବୀରଙ୍କ ଯୁବାବସ୍ଥାକୁ ନେଇ ଦର୍ଶକମାନଙ୍କ ମନକୁ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ହେଲେ ଆପଣମାନେ ଜାଣନ୍ତି କି, ବଲିଉଡ କଳାକାର ମାନେ ସେମାନଙ୍କ ଯୁବାବସ୍ଥା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି । ଏହି ତାଲିକାରେ ସୁପରଷ୍ଟାର ଶାହରୁଖ ଖାନ ବି ରହିଛନ୍ତି। ସିନେମା ‘ଯବାନ’ରେ ଶାହରୁଖ ଖାନଙ୍କୁ ବି ଏଭଳି ଯୁବାବସ୍ଥାରେ ଦର୍ଶକ ଦେଖି ଖୁବ ଖୁସି ହୋଇଯାଇଥିଲେ।
ସେହିପରି ସିନେମା ‘ଭାରତ’ରେ ସଲମାନ ଖାନଙ୍କୁ ଭିନ୍ନଭିନ୍ନ ବୟସରେ ଦେଖିବାକୁ ମିଳିଥିଲା। ଏଥିରେ ସଲମାନଙ୍କ ଯୁବାବସ୍ଥା ପାଇଁ ଭିଏଫଏକ୍ସର ବ୍ୟବହାର କରାଯାଇଥିଲା। ଏହି କ୍ରମରେ ଅମିର ଖାନ, ଅକ୍ଷୟ କୁମାର, କରିନା କପୁର ଓ ସାରା ଅଲି ଖାନଙ୍କ କ୍ଷେତ୍ରରେ ମଧ୍ୟରେ ଯୁବାବସ୍ଥା ଦେଖାଯିବା ପାଇଁ ଭିଏଫଏକ୍ସର ବ୍ୟବହାର କରାଯାଇଛି। ତେବେ ଭିଏଫଏକ୍ସର ବ୍ୟବହାର ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ତେବେ ଏହି ଖର୍ଚ୍ଚ ସିନେମା ବଜେଟ ଅନୁଯାୟୀ ସ୍ଥିର କରାଯାଇଥାଏ।ଯାହା ଦର୍ଶକମାନଙ୍କ ମନକୁ ଛୁଇଁବା ସହ ଫିଲ୍ମ ମଧ୍ୟ ହିଟ୍ ହୋଇଥାଏ ।