ଓଡ଼ିଶା 365 (ବ୍ୟୁରୋ) : ଅକ୍ଟୋବର ୫ରୁ ଭାରତରେ ଆରମ୍ଭ ହେବ ଦିନିକିଆ। ବିଶ୍ୱକପ୍ । ଏବେଠୁ ବଢିଲାଣି କ୍ରିକେଟପ୍ରେମୀଙ୍କ ଉତ୍ସାହ । ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ସହ ୧୫ଜଣିଆ ଟିମ୍ ଘୋଷଣା ହୋଇଛି। ଟିମ୍ ଇଣ୍ଡିଆର ଅଭିଜ୍ଞ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ବିଶ୍ୱକପ୍ ପାଇଁ ଜାତୀୟ ଦଳକୁ ଫେରିଥିବାବେଳେ ଅକ୍ଷର ପଟେଲଙ୍କ ଆହତ ଯୋଗୁଁ ଶେଷ ମୁହୁର୍ତ୍ତରେ ଦଳରୁ ବାଦ୍ ପଡିଛନ୍ତି। ଆର୍ ଅଶ୍ୱିନ୍ଙ୍କ ଫ୍ୟାନ୍ ଏନେଇ ଖୁସିବ୍ୟକ୍ତ କରିଛନ୍ତି।ଏସିଆ କପ୍ ସମୟରେ ସ୍ପିନ ଅଲରାଉଣ୍ଡର ଅକ୍ଷର ଆହତ ହୋଇଥିଲେ । ପରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଅଶ୍ୱିନଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଥିଲା । ସିରିଜରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ ଅଶ୍ୱିନ୍ । ଶେଷଥର ପାଇଁ ସେ ୨୦୨୨ ଜାନୁଆରୀ ୨୧ ତାରିଖରେ ଦିନିକିଆ ଖେଳିଥିଲେ। ଭାରତ ପାଇଁ ଏପର୍ଯ୍ୟନ୍ତ ୧୧୫ ଦିନିକିଆ ମ୍ୟାଚ୍ ଖେଳିଛନ୍ତି ଆର ଅଶ୍ୱିନ୍।
ସ୍ପିନରକିଙ୍ଗ ଅଶ୍ୱିନଙ୍କ ପାଖରେ ପାଖରେ ଦୁଇ ଦୁଇଟି ବିଶ୍ୱକପ୍ ଖେଳିବାର ଅଭିଜ୍ଞତା ରହିଛି । ସେ ୨୦୧୧ ଓ ୨୦୧୫ ବିଶ୍ୱକପ୍ ଖେଳିଥିଲେ । ସେହି ଦୃଷ୍ଟିରୁ ବିସିସିଆଇ ତାଙ୍କୁ ଚୟନ କରିଛି । ଅଧିନାୟକଙ୍କ ରୋହିତଙ୍କ ଭରସା ଜିତିଛନ୍ତି ଅଶ୍ୱିନ। ଆଇସିସି ଦିନିକିଆ ବିଶ୍ୱକପକୁ ସପ୍ତାହରେ କମ୍ ଥିବାବେଳେ ଆଜି ଠାରୁ ଆରମ୍ଭ ହେଉଛି ୱାର୍ମ ଅପ୍ ମ୍ୟାଚ୍ । ଅକ୍ଟୋବର ୩ ତାରିଖ ଯାଏଁ ହେବାକୁ ଥିବା ୱାର୍ମ ଅପ୍ ମ୍ୟାଚରେ ସବୁ ଦଳ ଦୁଇଟି ଲେଖାଏଁ ମୁକାବିଲା ଖେଳିବେ । ଦୀର୍ଘ ୭ ବର୍ଷ ପରେ ଭାରତ ଆସିଥିବା ପାକିସ୍ତାନ ଆଜି ତା’ର ପ୍ରଥମ ୱାର୍ମଅପ୍ ମ୍ୟାଚ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ । ମ୍ୟାଚଟି ହାଇଦ୍ରାବାଦରେ ଖେଳାଯିବ ।