ଓଡ଼ିଶା 365 (ବ୍ୟୁରୋ) : କଫି ପିଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । କିନ୍ତୁ ଯଦି ଆପଣ ସବୁଦିନ ଗ୍ରୀନ କଫି ପିଉଛନ୍ତି ତେବେ ଆପଣ ଅନେକ ରୋଗରୁ ଦୂରରେ ରହି ପାରିବେ । କିନ୍ତୁ ଅଧିକ କଫି ପିଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ । ସେଥିପାଇଁ ଦିନକୁ ଗୋଟେ ବା ଦୁଇ କପ କଫି ପିଅନ୍ତୁ । ଏବେ ଆସନ୍ତୁ ଜାଣିବା ଗ୍ରିନ କଫି ବିଷୟରେ । ଗ୍ରୀନ୍ କଫିରେ କେଫିନ୍ର ପରିମାଣ ଖୁବ୍ କମ ରହିଥାଏ, ଯାହାଫଳରେ ଏହାକୁ ସେବନ କରିବା ଦ୍ୱାରା କୌଣସି ପ୍ରକାରର ପାର୍ଶ୍ୱ ପ୍ରଭାବ ପଡ଼ି ନଥାଏ । ଏହା ଶରୀରରେ ଅନେକ ରୋଗକୁ ବଢ଼ିବାରୁ ରୋକିଥାଏ । ତେବେ ଆସନ୍ତୁ ଜାଣିବା ଶରୀର ପାଇଁ ଥିବା ଏହାର ଫାଇଦା ବିଷୟର । ମୋଟାପଣକୁ ନେଇ ଚିନ୍ତିତ ଥିବା ଲୋକମାନଙ୍କ ପାଇଁ ଗ୍ରିନ କଫି ବିନ୍ସ ଖାଇବା ଅତ୍ୟନ୍ତ ଲାଭଦାୟକ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଏବଂ ମିନେରାଲ୍ସ ରହିଥାଏ,ଯାହାକି ଶରୀରରେ ପୋଷକ ତତ୍ତ୍ୱ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ । ସେଥିପାଇଁ ଶରୀରର ଓଜନ କମାଇବାକୁ ଚାହୁଁଥିଲେ ଦିନକୁ ଗ୍ରିନ କଫି ପିଅନ୍ତୁ ।
ଗ୍ରିନ୍ କଫି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହାର ସେବନ ଦ୍ୱାରା ଉଚ୍ଚ ରକ୍ତଚାପ ଦ୍ୱାରା ହେଉଥିବା ଶାରୀରିକ ସମସ୍ୟା ମଧ୍ୟ ଦୂରେଇ ଯାଇଥାଏ । ଗ୍ରିନ୍ କଫି ବିନ୍ସ ଶରୀରରେ ପ୍ଲେଟ୍ଲେଟ୍ସ ତିଆରି କରିବାରେ ସାହାଯ୍ୟ କରିଥାଏ । ଯାହାଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ମାତ୍ରା ବଢ଼ି ନଥାଏ ଏବଂ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇ ରହିଥାଏ । ମଧୁମେହ ରୋଗରେ ପୀଡ଼ିତ ଥିବା ଲୋକମାନଙ୍କ ପାଇଁ ଏହାର ସେବନ ଲାଭଦାୟକ ସାବ୍ୟସ୍ତ ହୋଇପାରେ । ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣ ହୋଇ ରହିଥାଏ । ଗ୍ରୀନ୍ କଫିରେ କ୍ଲୋରଜେନିକ୍ ଏସିଡ଼୍ ଏବଂ ଆଣ୍ଟି-ଅକ୍ସିଡ଼ାଣ୍ଟ ଅଧିକ ପରିମାଣରେ ଥାଏ, ଯାହା ଶରୀରରେ ଟ୍ୟୁମର ହେବାର ସମସ୍ୟାକୁ ଦୂରରେ ରଖିଥାଏ । ଗ୍ରୀନ୍ କଫି ପ୍ରତିଦିନ ପିଇବା ଦ୍ୱାରା କର୍କଟ ରୋଗ ଭଳି ସମସ୍ୟାକୁ ଆପଣ ରୋକିବାରେ ସଫଳ ହୋଇପାରିବେ ।