ଓଡ଼ିଶା 365 (ବ୍ୟୁରୋ): ରାଜ୍ୟରେ ସାପ କାମୁଡ଼ାରେ ୨ ବର୍ଷରେ ଯାଇଛି ୧୩୩୬ ଜଣଙ୍କ ଜୀବନ। ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି। ସେହିପରି ବଜ୍ରପାତରେ ୪୨୪ଙ୍କ ମୃତ୍ୟୁ ହୋଇଥିବା ବିଧାନସଭାରେ ବିବୃତ୍ତି ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି । କୁମ୍ଭୀର ଆକ୍ରମଣରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହାତୀ ଆକ୍ରମଣରେ ୨୫୯ ଜୀବନ ଯାଇଛି। ବିଧାନସଭା
କହିରଖୁ କି, ମୌସୁମୀ ଅଧିବେଶନ ପଞ୍ଚମ ଦିନରେ ଗୃହରେ ପୁଣି ହଙ୍ଗାମା ଦେଖିବାକୁ ମିଳିଛି । ବାରମ୍ବାର ହଙ୍ଗାମା ଯୋଗୁଁ ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ପ୍ରଶ୍ନକାଳ ସ୍ବଭାବିକ ହେବା ପରେ ଶୂନ୍ୟକାଳରେ ସରିବାପରେ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ବାଚସ୍ପତି। ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କଠାରୁ ହିସାବ ମାଗିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ଗ୍ରୃହରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଥିଲେ ।