ଓଡ଼ିଶା 365 (ବ୍ୟୁରୋ) : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଅଡୁଆ ପୁଣି ବଢିବାରେ ଲାଗିଛି। ଦେବଘର ଟ୍ରେଜେରୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାଷ୍ଟ୍ରୀୟ ଜନତା ଦଳର ସଭାପତି ଲାଲୁ ପ୍ରସାଦ ଯାଦବ । ଲାଲୁ ପ୍ରସାଦଙ୍କ ଦଣ୍ଡ ବୃଦ୍ଧି ଦାବିରେ ଝାଡଖଣ୍ଡ ହାଇକୋର୍ଟରେ ଶୁଣାଣି ମଧ୍ୟ ଚାଲିଛି। ସିବିଆଇ ଆବେଦନ ଉପରେ ବୁଧବାର କୋର୍ଟରେ ଶୁଣାଣି ହୋଇଛି। ଡିସେମ୍ବର ଦ୍ୱିତୀୟ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ତାରିଖ ସ୍ଥିର ହୋଇଛି। ଦେଓଘର ଟ୍ରେଜେରୀ ମାମଲା ସେ ଦୋଷି ସାବ୍ୟସ୍ତ ହୋଇଛନ୍ତି । ଦେଓଘର ଟ୍ରେଜେରୀ ମାମଲାରେ ଲାଲୁଙ୍କ ଦଣ୍ଡ ବୃଦ୍ଧି ଦାବିରେ ସିବିଆଇ ପକ୍ଷରୁ ଝାଡଖଣ୍ଡ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏହି ମାମଲାରେ ଲାଲୁଙ୍କୁ ୩ବର୍ଷ ଦଣ୍ଡ ବିଧାନ ହୋଇଛି କିନ୍ତୁ ଏହି କ୍ଷେତ୍ରରେ ତାଙ୍କ ସମ୍ପୃକ୍ତିକୁ ବିଚାର କରି ୭ବର୍ଷ ଦଣ୍ଡ ଦେବା ଉଚିତ ବୋଲି ସିବିଆଇ ଏହି ଆବେଦନରେ କହିଛି ।