ଓଡ଼ିଶା 365 (ବ୍ୟୁରୋ) : ତାମିଲନାଡୁକୁ କାବେରୀ ନଦୀ ଜଳ ବିବାଦକୁ ନେଇ ଆସନ୍ତାକାଲି ବନ୍ଦ ରହିବ କର୍ଣ୍ଣାଟକ। ପଡୋଶୀ ରାଜ୍ୟରେ ଚାଲିଥିବା ବିରୋଧ ମଧ୍ୟରେ ଶୁକ୍ରବାର ପୁଣି ଥରେ ଏକ ବନ୍ଦ ଡାକରା ଦିଆଯାଇଛି। ଏହାପୂର୍ବରୁ ମଙ୍ଗଳବାର ବନ୍ଦ ରହିଥିଲା ବେଙ୍ଗାଲୁରୁ । ଶୁକ୍ରବାର କନ୍ନଡ ସମର୍ଥକ ତଥା କୃଷକ ସଂଗଠନଗୁଡ଼ିକ ଦ୍ୱାରା ‘କର୍ନାଟକ ବନ୍ଦ’ ଡାକରା ଯୋଗୁଁ ସାଧାରଣ ଜୀବନ ପ୍ରଭାବିତ ହେବାର ସମ୍ଭାବନା ରହିଛି। ବିଭିନ୍ନ କୃଷକ ସଂଗଠନ ସମେତ କନ୍ନଡ ସଂଗଠନର ଏକ ଅଗ୍ରଣୀ ସଙ୍ଗଠନ ‘କନ୍ନଡ ଓକ୍କୁଟା’ ରାଜ୍ୟବ୍ୟାପୀ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି । ଟାଉନ ହଲରୁ ଫ୍ରିଡମ ପାର୍କ ପର୍ଯ୍ୟନ୍ତ ଏକ ବିଶାଳ ବିରୋଧ ପ୍ରଦର୍ଶନ କରାଯିବ । ଏହି ଶୋଭାଯାତ୍ରାରେ ବିଭିନ୍ନ ବର୍ଗର ଲୋକମାନେ ଅଂଶଗ୍ରହଣ କରିବେ । ବିଜିପି ଏବଂ ଜେଡି (ଏସ) ସହ ଅଟୋରିକ୍ସା ଏବଂ ଓଲା ରାଇଡର୍ସ ଆସୋସିଏସନ ମଧ୍ୟ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି ।