ଓଡ଼ିଶା 365 (ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଉଛି ସାଇବର କ୍ରାଇମ ମାମଲା । ସାଇବର ଠକମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସତ୍ତ୍ୱେ ତଥାପି ସାଇବର ଅପରାଧ ବୃଦ୍ଧି ପାଉଛି। ବିଭିନ୍ନ ପ୍ରକାରର ସାଇବର ଅପରାଧ ଏବଂ ଡିଜିଟାଲ ଦୁନିଆରେ ଆପଣମାନେ କିପରି ସୁରକ୍ଷିତ ରହିବେ ସେ ସମ୍ବନ୍ଧରେ ସମାଜରେ ସଚେତନତା ଆବଶ୍ୟକ। ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ସହ ମିଳିତ ଭାବେ ଓଡିଶା ପୋଲିସ ବିଭିନ୍ନ ବ୍ୟାଙ୍କର ସହଭାଗୀତାରେ ୩୦ ସେପ୍ଟେମ୍ବରରୁ ୧୫ ଅକ୍ଟୋବର ୨୦୨୩ପର୍ଯ୍ୟନ୍ତ ଏକ ରାଜ୍ୟ ସ୍ତରୀୟ ସାଇବର ସୁରକ୍ଷା ଅଭିଯାନ ଆୟୋଜନ କରାଯାଇଛି। ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ସାଇବର ଅପରାଧ ବିଷୟରେ ସମାଜରେ ସମସ୍ତ ବିଭାଗ, ବୟସ ବର୍ଗ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କୁ ସାଇବର ସୁରକ୍ଷା ବିଷୟରେ ଶିକ୍ଷା ଦେବା। ଭୁବନେଶ୍ୱର ସହରାଞ୍ଚଳ ପୋଲିସ ମଧ୍ୟ ଏଥିରେ ସାମିଲ ହେବା ସହିତ ବ୍ୟାଙ୍କିଙ୍ଗ ଇଣ୍ଡଷ୍ଟ୍ରି, ଆଇଟି ଇଣ୍ଡଷ୍ଟ୍ରି ବ୍ୟତୀତ ଅନେକ ଶିକ୍ଷାନୁଷ୍ଠାନ ଗୁଡିକୁ ମଧ୍ୟ ଏହି ଅଭିଯାନରେ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି। ଏହି ଅଭିଯାନ ଅଫଲାଇନ ଏବଂ ଅନଲାଇନ୍ ମୋଡରେ ଅନୁଷ୍ଠିତ ହେବ, ଯାହା ଦ୍ବାରା ସର୍ବାଧିକ ସମ୍ଭାବ୍ୟ ଜନ ସାଧାରଣଙ୍କ ପାଖରେ ଆମେ ପହଞ୍ଚିବା।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩୦ ସେପ୍ଟେମ୍ବର ୨୦୨୩ ରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରୁ ୫ ଟା ସମୟରେ ସାଇବର ସୁରକ୍ଷା ରଥ ଫ୍ଲାଗିଂ ଅଫ୍ କରିବା ପରେ ଏହି ସାଇବର ସୁରକ୍ଷା ରଥ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସମସ୍ତ ପବ୍ଲିକ୍ ପ୍ଲେସ ଏବଂ ପୋଲିସ୍ ଷ୍ଟେସନକୁ ସ୍ପର୍ଶ କରିବେ। ସେମାନେ ଉଭୟ ଓଡିଆ ତଥା ଇଂରାଜୀ ଭାଷାରେ ଅଡିଓ, ଭିଜୁଆଲ୍ ଏବଂ ପ୍ରିଣ୍ଟ୍ ମୋଡ୍ ମାଧ୍ୟମରେ ସାଇବର ସୁରକ୍ଷା ସଚେତନତାର ବାର୍ତ୍ତା ବିସ୍ତାର କରିବେ। ମାର୍କେଟ, ଲୋକାଲ ହାଟ, ପବ୍ଲିକ ଅଫିସ ତଥା ସହର ଉପକଣ୍ଠ ଇତ୍ୟାଦି ସର୍ବସାଧାରଣ ସ୍ଥାନରେ ସାଇବର ସୁରକ୍ଷା ରଥ ସାଇବର ନିରାପତ୍ତାର ଅଡିଓ / ଭିଡିଓ ବାର୍ତ୍ତା ପ୍ରସାରଣ କରିବେ। ୩ ଅକ୍ଟୋବରରୁ ପ୍ରତି ଦିନ ୨ ଟି ଶିକ୍ଷାନୁଷ୍ଠାନରେ ସାଇବର ସୁରକ୍ଷା ଉପରେ କର୍ମଶାଳା / କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସାଇବର ସୁରକ୍ଷା ରଥ ସହିତ ସାଇବର୍ ସୁରକ୍ଷା ସାଇବର ସୁରକ୍ଷା ବିଷୟରେ ସଚେତନ କରିବେ। ଅଭିଯାନ ସମୟରେ ସାଇବର ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ୮.୧୦.୨୦୨୩ ରେ ଏକ ରୋଡ୍ ରନ୍ କରାଯିବାର ବ୍ୟବସ୍ଥା ଅଛି। ସାଇବର ସୁରକ୍ଷା ସଚେତନତା ବାର୍ତ୍ତା ଏବଂ ସାଇବର ସୁରକ୍ଷା ପାମ୍ପଲେଟ୍ ବଣ୍ଟନ ପାଇଁ ମିଶନ୍ ଶକ୍ତି, ଅଙ୍ଗନୱାଡି କର୍ମୀ, ASHA କର୍ମୀ, ରେଡ୍ କ୍ରସ୍ ତଥା ଏନଜିଓ ଇତ୍ୟାଦି ସଦସ୍ୟଙ୍କ ସକ୍ରିୟ ଅଂଶଗ୍ରହଣ ୯.୧୦.୨୦୨୩ ରୁ ଆରମ୍ଭ ହେବ ।
ସାଇବର ସୁରକ୍ଷା ବାର୍ତ୍ତା ବିସ୍ତାର କରିବାକୁ ବରିଷ୍ଠ ନାଗରିକ, ମହିଳା ଏବଂ ଶିଶୁଙ୍କ ଦ୍ଵାରା ୧୪.୧୦.୨୦୨୩ ସନ୍ଧ୍ୟାରେ ପଦଯାତ୍ରା ଅନୁଷ୍ଠିତ ହେବ। ଏ ବାବଦରେ ସବିଶେଷ ବିବରଣୀ ଆପଣମାନଙ୍କୁ ଜଣାଇ ଦିଆଯିବ। ଏହି ସମୟ ମଧ୍ୟରେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ, ରେଡିଓ, ଭିଜୁଆଲ୍ ଏବଂ ପ୍ରିଣ୍ଟ ମିଡିଆ ମାଧ୍ୟମରେ ସାଇବର ସୁରକ୍ଷା ବାର୍ତ୍ତା ବିସ୍ତାର ସହିତ ଅନଲାଇନ୍ ଅଭିଯାନ କ୍ରମାଗତ ଭାବରେ ଚାଲିବ। ଏଥିସହ, ସାଇବର ନିରାପତ୍ତା ଉପରେ ଅନଲାଇନ୍ ପ୍ରତିଯୋଗିତା ହେବାର ବ୍ୟବସ୍ଥା କରାଯାଇଛି। ସାଇବର ସୁରକ୍ଷା ଉପରେ ପାଇଁ ‘X’ (ପୂର୍ବରୁ ଟ୍ୱିଟର), ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ଏକ ସୋସିଆଲ୍ ମିଡିଆ ହ୍ୟାଣ୍ଡଲ୍ @cybercopodisha କରାଯାଇଛି। @dcpbbsr handle ରେ ଆମ ସହ ଆପଣମାନେ ଯୋଡି ରହିପାରିବେ ଓ ସଚେତନତାର ବାର୍ତ୍ତା ପ୍ରସାର କରିବାରେ ସାହାଯ୍ୟ କରିବାକୁ ଅନୁରୋଧ କରାଯାଇଛି।