ଓଡ଼ିଶା 365 (ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନରେ ଆଜି ଉଠିଛି ବିଜୁ ଯୁବ ବାହିନୀ ପ୍ରସଙ୍ଗ । ବନ୍ଦ ହୋଇଯାଇଥିବା ବିଜୁ ଯୁବ ବାହିନୀ ଯୋଜନାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାକୁ ନେଇ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଗୃହରେ ଏହାର ହିସାବ ଦେଇଛନ୍ତି ରାଜ୍ୟ ସରକାର । ୨୦୧୮-୧୯ ରେ ଏହି ଯୋଜନା ଆରମ୍ଭ ହୋଇଥିଲା ।
ପ୍ରଥମେ ୨୦୧୮-୧୯ରେ ୧୫୯ କୋଟି ୮୯ ଲକ୍ଷ ୮୭ ହଜାର ଟଙ୍କା ବ୍ୟୟ ବରାଦ ହୋଇଥିବାବେଳେ ୧୯-୨୦ ରେ ୨୩ କୋଟି ୭୭ ଲକ୍ଷ ୫୨ ହଜାର ୨୪୪ ଟଙ୍କା ବ୍ୟୟ ବରାଦ ହୋଇଥିଲା । ଏହାପରେ ୨୦୨୦-୨୧ ରୁ କୌଣସି ବ୍ୟୟ ବରାଦ ହୋଇନି କି କୌଣସି କାର୍ଯ୍ୟକ୍ରମ ହୋଇନି । ତାରା ପ୍ରସାଦ ବାହିନୀ ପତିଙ୍କ ପ୍ରଶ୍ନରେ ଏନେଇ ଉତ୍ତର ରଖିଛନ୍ତି କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା।