ଓଡ଼ିଶା 365 (ବ୍ୟୁରୋ) : ଭୂମିକମ୍ପ ଏପରି ଏକ ଦୈବୀ ଦୁର୍ବିପାକ ଯାହାକୁ ବୁଝିବା ଓ ଏହାର ପୂର୍ବାନୁମାନ କରିବା ମଣିଷ ପାଇଁ ଏପର୍ଯ୍ୟନ୍ତ କଷ୍ଟକର ହୋଇ ରହିଛି । ଯଦି ଭୂମିକମ୍ପର ଆଗୁଆ ପୂର୍ବାନୁମାନ କରାଯାଇପାରନ୍ତା, ତେବେ ଅନେକ ଜୀବନ ରକ୍ଷା ପାଇପାରନ୍ତା । ତେବେ ଗୁଗୁଲ ଏହାର ଏକ ସମାଧାନ ଆଣି ଦେଇଛି, କିନ୍ତୁ ସମାଧାନଟି କେତେ କାମ କରିବ ତାହା ସମୟ କହିବ । ଏହି ଟେକ୍ନୋଲୋଜି ଆଣ୍ଡ୍ରୋଏଡଫୋନରେ କାମ କରିବ ବୋଲି ଜଣାପଡିଛି । ଖୁବଶୀଘ୍ର ଭାରତରେ ବି ଏହି ଭୂମିକମ୍ପ ଆଲର୍ଟ ସିଷ୍ଟମ ଉପଲବ୍ଧ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ଗୁଗଲ ପକ୍ଷରୁ ସୂଚନା ଦିଆଯାଇଛି । ଭାରତରେ ଏହି ଆଲର୍ଟ ସିଷ୍ଟମ ଲାଗୁ କରିବାକୁ ପାଇଁ ଗୁଗଲ୍ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏବଂ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସହିତ ପରାମର୍ଶ କରୁଛି ।