ଓଡ଼ିଶା 365 (ବ୍ୟୁରୋ) : ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କ୍ରେଡିଟ କାର୍ଡର ବ୍ୟବହାର । ସପିଂ ଠାରୁ ଆରମ୍ଭ କରି ଅନଲାଇନ ପେମେଣ୍ଟ ପର୍ଯ୍ୟନ୍ତ ସବୁ କାମରେ ବ୍ୟବହାର ହେଉଛି କ୍ରେଡିଟ କାର୍ଡ । ଘରଭଡା ଦେବା କାମ ମଧ୍ୟ କ୍ରେଡିଟ କାର୍ଡ ଦ୍ୱାରା ହୋଇପାରୁଛି। କ୍ରେଡିଟ କାର୍ଡ ଇଏମଆଇ ଦେବାରେ ମଧ୍ୟ ସହାୟକ ହେଉଛି । ତେବେ ଅଗଷ୍ଟରେ କ୍ରେଡିଟ କାର୍ଡ ମାଧ୍ୟମରେ ରେକର୍ଡସ୍ତେରରେ କାରବାର ହୋଇଛି ବୋଲି ଜଣାପଡିଛି । ଅଗଷ୍ଟ ମାସରେ ଭାରତରେ କ୍ରେଡିଟ କାର୍ଡ ମାଧ୍ୟମରେ ୧.୫ ଲକ୍ଷ କୋଟି ଟଙ୍କାର କାରବାର ହୋଇଛି। ତେବେ ଅଗଷ୍ଟ ମାସରେ ଇ-ସପିଂ ସାଇଟ୍ରେ ସପିଂ କରିବା ସହ ବୁଲାବୁଲି ଓ ମନୋରଞ୍ଜ କରିବାରେ କ୍ରେଡିଟ କାର୍ଡରେ ଅଧିକ ଟ୍ରାଞ୍ଜାକ୍ସନ ହୋଇଥିବା ଜଣାପଡିଛି ।