ଓଡ଼ିଶା 365 (ବ୍ୟୁରୋ) : ଟ୍ୱିଇନ୍ ସିଟିରେ ମାତିଛନ୍ତି ନିଶା ବେପାରୀ । ଖୁଲମ ଖୁଲା କରୁଛନ୍ତି ନିଶା କାରବାର । ଭିନ୍ନ ଭିନ୍ନ ଉପାୟରେ ନୂଆ କୌଶଳରେ ଧୂଳିଦେଇ ପୁଲିସ ଆଖିରୁ ଖସିଯିବାର ପ୍ରୟାସ କରିଥାନ୍ତି ଏହି ନିଶା ବେପାରୀ । ଏମିତି ଜଣେ ନିଶା ବେପାରୀକୁ ଧରିଛି ଭରତପୁର ଥାନା ପୋଲିସ । ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ପାଇଁ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବେପାରୀକୁ କାବୁ କରିବାରେ ସଫଳ ହୋଇଛି ପୁଲିସ । ତେବେ କମିଶନରେଟ ପୋଲିସ ଅଭିଯୁକ୍ତ ଠାରୁ ୨୧କେଜି ୬୫୦ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି । ଏସିପି ସୂଚନା ଅନୁସାରେ ଜୋନ୍-୩ ଏସିପି ପ୍ରଦୀପ କୁମାର ରାଉତ କହିଛନ୍ତି ଗଞ୍ଜେଇ ବେପାର ପାଇଁ ପଶ୍ଚିମବଙ୍ଗକୁ ଯାଉଥିବା ଅଭିଯୁକ୍ତ ମଣ୍ଟୁ ନାୟକ, ଯାହାର ଘର ମୋହନା ଗଜପତି । ତା ଠାରୁ ୨୧କେଜି ୬୫୦ଗ୍ରାମ ଗଞ୍ଜେଇ ପଶ୍ଚିମବଙ୍ଗ ନେଇଯିବାକୁ ଯୋଜନା ଚଳାଇଥିଲା । ଆଗକୁ ରହିଛି ଦଶହରା ପୂଜା, କମିଶନରେଟ ପୋଲିସ ପକ୍ଷରୁ ଏକ ସ୍ପେଶାଲ ଡ୍ରାଇଭ କାର୍ଯ୍ୟକାରୀ କରାଯାଉଛି । କ୍ରାଇମ୍ ୟୁନିଟ ଠୁ ଆରମ୍ଭ କରି ଲୋକାଲ ଥାନା, ଏସଟିଏଫ, ଏନସିବି ଓ ଅବକାରୀ ଭଳି ବିଭାଗ ନଜର ରଖୁଛନ୍ତି ।
ପୂଜାର ସୁଯୋଗନେଇ ଯାତ୍ରୀ ବେଶରେ ବସରେ ଗଞ୍ଜେଇ ଚାଲାଣ କରୁଛନ୍ତି ଅଭିଯୁକ୍ତ । ଜଣେ ବ୍ୟକ୍ତି ଏକ ବସ୍ତା ଯୋଗେ ଗଞ୍ଜେଇ ପ୍ୟାକ କରି ବରମୁଣ୍ଡା ବସଷ୍ଟାଣ୍ଡ ପାଖରେ କଲିକତା ଚାଲାଣ ପାଇଁ ଅପେକ୍ଷା କରିଥିବା ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲୁ । ପୋଲିସ ତୁରନ୍ତ ପହଞ୍ଚି ବସ୍ତା ଯାଞ୍ଚ କରିବା ପାରେ ବସ୍ତାରୁ ଗଞ୍ଜେଇ ଥିବା ସ୍ପଷ୍ଟ ହୋଇଥିଲା । ଖାଲି ସେତିକି ନୁହେଁ ନିଶା କାରବାର ଉପରେ ପୋଲିସ ବିଭିନ୍ନ ସୋର୍ସ ଆଧାରରେ ନଜର ରଖିଥିବା କଥା କହିଛି ପୁଲିସ । ତେବେ ଚଳିତବର୍ଷ ୩ କ୍ବିଣ୍ଟାଲ ୮୦କେଜି ଗଞ୍ଜେଇ ଜବତ କଲାଣି ଭରତପୁର ପୋଲିସ । ଏଥିସହ ଏହି କାରବାର କରୁଥିବା ୩୫ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ନିଶାମୁକ୍ତ କରିବା ପାଇଁ ଜନ ସାଧାରଣମାନେ ନିଶା କାରବାର ସମ୍ପର୍କରେ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ତରଫରୁ ଏକ ହ୍ଵାଟସ୍ଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି । ଯଦି କୌଣସି ସୂଚନା ପାଅନ୍ତି ତେବେ ଏନେଇ ପୋଲିସକୁ ଜଣାଇବାକୁ ଅନୁରୋଧ କରାଯାଇଛି ।’’