ଓଡ଼ିଶା 365 (ବ୍ୟୁରୋ): ତେଲନଦୀରେ ଫସିଛନ୍ତି ୧୨ ଟିକିଆ ହାତୀପଲ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ତେଲନଦୀରେ ଗାଧୋଉଥିବା ବେଳେ ପାଣିଆସିବାରୁ ଫସିରହିଛନ୍ତି ୧୨ ଟିକିଆ ହାତୀପଲ। ତେବେ ଏ ଖବର ପାଇ ସଙ୍ଗେସଙ୍ଗେ କଣ୍ଟାମାଳ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଛି ।
ସୂଚନା ଅନୁସାରେ, ଆଜି ସକାଳୁ ହାତୀପଲ ନଦୀରେ ଗାଧୋଉଥିବା ଲୋକେ ଦେଖିବାକୁ ପାଇଥିଲେ । ଏହା ସାଙ୍ଗକୁ ନଦୀ କୂଳରେ ଲୋକ ଗହଳି ହେବାରୁ ମଝିରେ ଅଟକି ଯାଇଥିଲେ ହାତୀ ପଲ l ସ୍ଥାନୀୟ ସୁନାଦେଇ ଜଙ୍ଗଲରୁ ୧୨ ଟିକିଆ ହାତୀ ପଲ ଆଜି ସକାଳେ ତେଲନଦୀ ପାର ହେଉଥିଲେ । ମାତ୍ର ଉକ୍ତ ସମୟରେ ଅଧିକ ଲୋକ ଗହଳି ଦେଖି ହାତୀ ପଲ ମଝି ନଦୀରେ ଅଟକି ଯାଇଛନ୍ତି । ନଦୀ ପାର୍ ହେବାକୁ ସେମାନେ ଆଗକୁ ବଢ଼ୁ ନାହାନ୍ତି । ଗାଁଲୋକେ ଏତେ ହାତୀଙ୍କୁ ନଦୀରେ ଦେଖି ବନବିଭାଗ କୁ ଖବର ଦେଇଥିଲେ । ବନବିଭାଗ କର୍ମୀ ଘଟଣାସ୍ଥଳରେ ପହଞ୍ଚି ହାତୀ ମାନଙ୍କ ଉପରେ ନଜର ରଖିଛନ୍ତି ।