ଓଡ଼ିଶା 365 (ବ୍ୟୁରୋ) : ଭାରତରେ ଥିବା ଆମେରିକେୟ ଦୃତାବାସ ୧୦ ଲକ୍ଷରୁ ଅଧିକ ଭିଜା ଜାରି କରିଛି । ୧୦ ଲକ୍ଷରୁ ଅଧିକ ଭାରତୀୟଙ୍କୁ ଭିଜା ପ୍ରସ୍ତୁତ କରି ଦେଇଛି ଦୃତାବାସ । ୨୦୧୯ ତୁଳନାରେ ୨୦ ପ୍ରତିଶତରୁ ଅଧିକ ଆବେଦନ ହୋଇଛି । ଭାରତରେ ଆମେରିକାର ମିଶନ ୨୦୨୩ ରେ ୧୦ ଲକ୍ଷରୁ ଅଧିକ ଅଣ-ପ୍ରବାସୀ ଭିଜା ଆବେଦନ କରିଛନ୍ତି । ପ୍ରକ୍ରିୟାକରଣ ଲକ୍ଷ୍ୟକୁ ଅତିକ୍ରମ କରିଛି। ଆମେରିକାର ଦୂତାବାସ ଗୁରୁବାର ଘୋଷଣା କରିଛି ଯେ ଏହା ମିଶନ ୨୦୨୨ରେ ପଂଜିକୃତ ମୋଟ ମାମଲାକୁ ଅତିକ୍ରମ କରିସାରିଛି । ସେହିପରି ୨୦୧୯ରେ ମହାମାରୀ ଅପେକ୍ଷା ପ୍ରାୟ ୨୦ ପ୍ରତିଶତ ଅଧିକ ଆବେଦନ ପ୍ରକ୍ରିୟାକରଣ କରୁଛି।
ଭାରତୀୟ ଦୂତାବାସରେ ଥିବା ରାଷ୍ଟ୍ରଦୂତ ଏରିକ ଗାର୍ସେଟ୍ଟିଙ୍କ ସୂଚନା ଅନୁସାରେ, ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ମଧ୍ୟରୁ ଭାରତ ଆମେରିକା ଗୋଟିଏ । ଭାରତ ସହ ସହଯୋଗ ଆମେରିକାର ସବୁଠାରୁ ମହତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ବନ୍ଧ । ଆମର ଲୋକଙ୍କ ମଧ୍ୟରେ ସମ୍ପର୍କ ପୂର୍ବାପେକ୍ଷା ଆହୁରି ଶକ୍ତିଶାଳୀ, ଏବଂ ଆମେ ଆଗାମୀ ମାସରେ ଅଧିକ ଭାରତୀୟ ଆବେଦନକାରୀଙ୍କୁ ଆମେରିକା ଯାତ୍ରା କରିବାର ସୁଯୋଗ ଦେବୁ ଏବଂ ଆମେରିକା-ଭାରତ ମିତ୍ରତାର ଅନୁଭବ କରିବାର ସୁଯୋଗ ଦେବୁ ।