ଓଡ଼ିଶା 365 (ବ୍ୟୁରୋ) : ପ୍ରଖ୍ୟାତ କୃଷି ବିଜ୍ଞାନୀ ମନକୋମ୍ବୁ ସମ୍ବାସିବନ୍ ସ୍ବାମୀନାଥନ୍ଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ୯୮ ବର୍ଷ ହୋଇଥିଲା।୧୯୨୫ ମସିହା ଅଗଷ୍ଟ ୭ ତାରିଖରେ ତାମିଲନାଡୁର ତାଞ୍ଜାବୁର ଜିଲ୍ଲାରେ ଜନ୍ମି ଗ୍ରହଣ କରିଥିଲେ ଏମ୍. ଏସ୍. ସ୍ବାମୀନାଥନ୍ । ସେ ଭାରତର ‘ସବୁଜ ବିପ୍ଳବ’ର ଜନକ ଭାବରେ ମଧ୍ୟ ବେସ ଜଣାଶୁଣା । ଧାନ ଓ ଝୋଟ, ଆଳୁ, ଗହମ ଉପରେ ଗବେଷଣା ଆରମ୍ଭ କରି ୧୯୪୯ରେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ। ଖାଦ୍ୟଶସ୍ୟ ଅଭାବ ଯୋଗୁଁ ୧୯୬୦ ମସିହାରେ ଭାରତ ଅନାହାର ପଡ଼ିଆସୁଥିବା ବେଳେ ସ୍ବାମୀନାଥନ୍ ଆମେରିକୀୟ ଉଦ୍ଭିଦବିଜ୍ଞାନୀ ନର୍ମ୍ୟାନ୍ ବୋର୍ଲାଗ୍ ଓ ଅନ୍ୟ କେତେକ ବୈଜ୍ଞାନିକଙ୍କ ସହିତ ମିଶି ଅଧିକ ଅମଳକ୍ଷମ ଗହମ ବିହନ ବିକଶିତ କରିଥିଲେ।
୭୦ ଦଶକରେ ସି. ସୁବ୍ରମଣିୟାମ୍ ଓ ଜଗଜ୍ଜୀବନ ରାମଙ୍କ ସମେତ ବିଭିନ୍ନ କୃଷିମନ୍ତ୍ରୀଙ୍କ ସହିତ ‘ସବୁଜ ବିପ୍ଳବ’ ସଫଳତା ପାଇଁ କାର୍ଯ୍ୟ କରିଥିଲେ। ଫଳରେ ‘କେମିକାଲ୍-ବାୟୋଲୋଜିକାଲ୍ ଟେକ୍ନୋଲୋଜି’ ବଳରେ ଦେଶରେ ଗହମ ଓ ଧାନ ଉତ୍ପାନଦ ବୃଦ୍ଧି ପାଇବାର ବାଟ ଫିଟିଥିଲା ।