ଓଡ଼ିଶା 365 (ବ୍ୟୁରୋ) : ଉତ୍ତରପ୍ରଦେଶ ଏସ୍ଟିଏଫ୍ ଏକ ବଡ଼ ସଫଳତା ମିଳିଛି । ମାଫିଆ ଡନ ଅତିକ୍ ଅହମ୍ମଦର ଭାଇକୁ ଗିରଫ କରିଛି ପୁଲିସ। ଅତିକ୍ ଅହମ୍ମଦର ଭାଇ ଅଶ୍ରଫ୍ ସଦ୍ଦାମଙ୍କୁ ଗୁରୁବାର ଦିଲ୍ଲୀରୁ ଗିରଫ କରିଛି ୟୁପି ଏସ୍ଟିଏଫ୍। ସଦ୍ଦାମଙ୍କ ମୁଣ୍ଡରେ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ ରାଜ୍ୟ ସରକାର। ସେ ଦୀର୍ଘ ସମୟ ଧରି ଫେରାର ଥିଲା । ୟୁପି ଏସ୍ଟିଏଫ୍ ତାଙ୍କୁ ବହୁତ ଦିନ ଧରି ଖୋଜୁଥିଲା। ଗିରଫ ହେବାରୁ ବଞ୍ଚିବା ପାଇଁ ସଦ୍ଦାମ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିଲା । ଶେଷରେ ଗିରଫ ହୋଇଛି ଅଶ୍ରଫ୍ ସଦ୍ଦାମ । ପୁଲିସ ତାକୁ ଆଜି ଗିରଫ କରିଛି । ମାଫିଆ ଅଶ୍ରଫ୍ଙ୍କ ଶଳା ସଦ୍ଦାମ ବିରୋଧରେ ।
ବରେଲିର ବିଥ୍ରି ଚେନପୁର ଏବଂ ବାରାଦରୀ ପୋଲିସ ଷ୍ଟେଶନରେ ଦୁଇଟି ମାମଲା ରୁଜୁ ହୋଇଛି। ୟୁପି ଏସ୍ଟିଏଫ୍ ଦିଲ୍ଲୀର ମାଲବିୟ ନଗର ଅଞ୍ଚଳରୁ ସଦ୍ଦାମଙ୍କୁ ଗିରଫ କରିଛି। ପ୍ରୟାଗରାଜ ଉମେଶ ପାଲ ହତ୍ୟା ମାମଲାରେ ସଦ୍ଦାମ ଜଣେ ଅନ୍ୟତମ ଅଭିଯୁକ୍ତ ।