ଓଡ଼ିଶା 365 (ବ୍ୟୁରୋ) : ସୁନା ଓ ରୁପା ଦର ହ୍ରାସ ପାଇଛି। ସୁନା ଦରରେ ମୋଟ ୨୪୦୦ଟଙ୍କା ହ୍ରାସ ପାଇଛି । ବର୍ତ୍ତମାନ ସୁନାର ଦାମ ୬ମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ବର୍ତ୍ତମାନ ସୁନା ଦାମ ଦଶ ଗ୍ରାମ ପିଛା ୫୮,୧୬୦ରେ ପହଞ୍ଚିଛି। ଜୁଲାଇ ୨୭ରେ, ଏହାର ଦାମ ଦଶ ଗ୍ରାମ ପ୍ରତି ୬୦.୪୪୯ ଟଙ୍କା ଥିଲା। ରୂପାର ଦର ମଧ୍ୟ ହ୍ରାସ ପାଇଛି । ଜୁଲାଇ ୨୭ରେ ରୁପା ଦର କିଲୋଗ୍ରାମ ପିଛା ୭୭,୬୧୧ଟଙ୍କା ଥିଲା । ବର୍ତ୍ତମାନ ୭୦,୪୯୭ ଟଙ୍କାରେ ପହଞ୍ଚିଛି। ରୁପା କିଲୋଗ୍ରାମ ପିଛା ୭,୧୫୪ ଟଙ୍କା ହ୍ରାସ ପାଇଛି । ଆଗାମୀ ଦିନରେ କିମ୍ବା ଦୀପାବଳି ପୂର୍ବରୁ ସୁନା ଦାମରେ ୨୫୦୦ଟଙ୍କା ହ୍ରାସ ପାଇପାରେ ବୋଲି ଅନୁମାନ କରାଯାଉଛି।୬ମାସ ମଧ୍ୟରେ ସୁନା ଦାମରେ ସର୍ବୋଚ୍ଚ ହ୍ରାସ ଦେଖିବାକୁ ମିଳିଛି। ଡଲାର ସୂଚକାଙ୍କ ବୃଦ୍ଧି ଏବଂ ବଣ୍ଡ ଅମଳର ବୃଦ୍ଧି ଯୋଗୁ ଏପରି ପରିବର୍ତ୍ତନ ଦେଖାଦେଇଛି ବୋଲି କୁହାଯାଉଛି ।