ଓଡ଼ିଶା 365 (ବ୍ୟୁରୋ) : ଓଡ଼ିଆ ଭାଷା ପ୍ରାଣ ପୁନଃପ୍ରତିଷ୍ଠାତା। ଆଧୁନିକ ସାହିତ୍ୟର ଦିଗଦର୍ଶକ। ତାଙ୍କ ଲେଖନୀରେ ଦେଖିବାକୁ ମିଳେ ପଲ୍ଲୀ ପ୍ରକୃତିର ସମ୍ମିଶ୍ରଣ । ଉତ୍କଳକୁ ଜନ୍ମଭୂମି ଓ ଓଡ଼ିଆଭାଷାକୁ ମାତୃଭାଷା ମଣୁ ଥିଲେ ଓ ସାହିତ୍ୟ ପ୍ରେମରେ ପଡିଥିଲେ। ସେଥିଲେ ଆଧୁନିକ ଯୁଗର ସ୍ରଷ୍ଟା କବିବର ରାଧାନାଥ ରାୟ। ୧୮୭୩ରେ ପ୍ରକାଶିତ ବିବେକୀ ଥିଲା ତାଙ୍କର ପ୍ରଥମ ଓଡ଼ିଆ ସୃଷ୍ଟି । ୨୮ ସେପ୍ଟେମ୍ବର ୧୮୪୮ମସିହାରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ସୋର ଅନ୍ତର୍ଗତ କେଦାରପୁର ଗାଁରେ ଜନ୍ମଗ୍ରହଣ କରିଥିଲେ।ପିତା ସୁନ୍ଦରନାରାୟଣ ରାୟ ଓ ମାତା ତାରିଣୀ ଦାସୀଙ୍କର ସେଥିଲେ ଜ୍ୟେଷ୍ଠ ସନ୍ତାନ । ତାଙ୍କୁ ବଂଶଗତ ଉପାଧି ଥିଲା ଦେ। ତାଙ୍କ କାବ୍ୟକେଦାରଗୌରୀ ,ଚନ୍ଦ୍ରଭାଗା ,ନନ୍ଦିକେଶ୍ୱରୀ,ଉଷା ,ପାର୍ବତୀ ,ଚିଲିକା ,ମହାଯାତ୍ରା ,ଦରବାର ଥିଲା ଅନ୍ୟତମ। ଯେଉଁଥିରେ ଜୀବନ ପ୍ରକୃତି,ପଲ୍ଲୀ ଝଲକ ଦେଖିବାକୁ ମିଳିଛି। ସେ ଓଡ଼ିଆ ଭାଷାରେ ଲେଖିବା ପୂର୍ବରୁ ବଙ୍ଗଳା ଭାଷାରେ କବିତା ଲେଖୁଥିଲେ । ବଙ୍ଗଳା ସାହିତ୍ୟିକ ଭୂଦେବ ମୁଖପାଧ୍ୟାୟଙ୍କ ପ୍ରରୋଚନାରେ ସେ ଓଡ଼ିଆ ଭାଷାରେ ଲେଖିବା ଆରମ୍ଭ କରିଥିଲେ ।
ରାଧାନାଥ ପ୍ରାଚ୍ୟ-ପାଶ୍ଚାତ୍ୟ ସମନ୍ୱୟମୂଳକ ଯେଉଁ ଛଅଗୋଟିକାବ୍ୟ ରଚନା କରିଥିଲେ, ସେଥିମଧ୍ୟରୁ କେଦାରଗୌରୀ ଥିଲା ଅନ୍ୟତମ ଯାହା ପ୍ରାଚ୍ୟ-ପାଶ୍ଚାତ୍ୟ ସାହିତ୍ୟର କଳାଗତ ସୁଷମାର ମହିମାମଣ୍ଡିତକରିଥିଲା । ୧୮୬୬ ଉତ୍କଳ ଦୀପିକା ସାପ୍ତାହିକ ସମ୍ବାଦ ପତ୍ରରେ ନଅଙ୍କ ଦୁର୍ଭିକ୍ଷକୁ ନେଇ ଲେଖା ପ୍ରକାଶ ପାଇଥିଲା। ତତ୍କାଳୀନ ବିଖ୍ୟାତ ପଣ୍ଡିତ ସଦାଶିବ ନନ୍ଦଙ୍କ ପାଖରେ ରାଧାନାଥ, ଫକୀରମୋହନଙ୍କ ସହିତ ସଂସ୍କୃତ କାବ୍ୟ ନାଟକାଦି ଅଧ୍ୟୟନ କରି ସେଥିରେ ସେ ପାଣ୍ଡିତ୍ୟ ଅର୍ଜ୍ଜନ କରିଥିଲେ। ରାଧାନାଥ ତାଙ୍କ ସାହିତ୍ୟସେବାର ଓ ଉତ୍କଳର ଶିକ୍ଷା ବିସ୍ତାର ପ୍ରତି ସ୍ପୃହାର ପୁରସ୍କାରସ୍ୱରୂପ ଗଭର୍ଣ୍ଣମେଣ୍ଟ୍ ତାଙ୍କୁ ରାୟ ବାହାଦୁର ଉପାଧିରେ ଭୂଷିତ କରିଥିଲେ । ଗଡ଼ଜାତ ଭ୍ରମଣରୁ ଫେରି ଜ୍ୱରରେ ଆକ୍ରାନ୍ତ ହୋଇ ସେ ୧୯୦୮ ଅପ୍ରେଲ ୧୭ ତାରିଖରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ଲେଖନୀ ଆଜି ବି ଓଡ଼ିଆ ଜାତିକୁ ଆଗକୁ ଯିବାକୁ ବାଟ କଢାଉଛି। ଶିଖାଇଦେଉଛି ମାତୃଭୂମି,ମାତୃଭାଷା ପ୍ରତି ଭଲ ପାଇବା ।