ଓଡ଼ିଶା 365 (ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନରେ ଗୃହରେ ପ୍ରଶ୍ନକାଳରେ ପ୍ରଶ୍ନ କରିବାର ସୁଯୋଗ ମିଳିନମିଳିବାରୁ ଗୃହରେ ଧାରଣାରେ ବସିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣାରେ ବସିଛନ୍ତି ପ୍ରଦୀପ । ଏହାକୁ ସମର୍ଥନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସବୁ ବିଧାୟକଙ୍କ ପରି ତାଙ୍କର ମଧ୍ୟ ପ୍ରଶ୍ନକାଳରେ ପ୍ରଶ୍ନ କରିବାର ଅଧିକାର ଅଛି। ମାତ୍ର, ତାଙ୍କୁ ସେ ସୁଯୋଗ ଦିଆଯାଇ ନାହିଁ । ତାଙ୍କ ଅଧିକାରରୁ ତାଙ୍କୁ ବଞ୍ଚିତ କରାଯାଇଛି। ଏଥିଲାଗି ସେ ପ୍ରଥମେ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିବା ପରେ ପୋଡିୟମ ତଳେ ଧାରଣା ଦେଇଛନ୍ତି।
ସୂଚନାଯୋଗ୍ୟ, ବିଧାନସଭାର ପ୍ରଶ୍ନକାଳରେ ପ୍ରଶ୍ନ କରିବାର ସୁଯୋଗ ମିଳିନଥିବା ପ୍ରଥମେ ଅଭିଯୋଗ ଆଣିଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଏଥିରେ ତାଙ୍କୁ ସୁଫଳ ନମିଳିବାରୁ ବାଧ୍ୟହୋଦଇ ସେ ଗୃହରେ ଧାରଣାରେ ବସିଛନ୍ତି। ତାଙ୍କ ସମର୍ଥନରେ ବାହାରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ପରେ ବାଚସ୍ପତିଙ୍କ ଅନୁରୋଧ ପରେ ଧାରଣାରୁ ଉଠି ନିଜ ସ୍ଥାନକୁ ଯାଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ।