ଓଡ଼ିଶା365(ବ୍ୟୁରୋ): ୧୯ ବର୍ଷରୁ କମ୍ ବାଳକ ସାଫ୍ ଚାମ୍ପିଅନସିପ୍ ଫାଇନାଲରେ ଭାରତ। ସୁଟ୍ ଆଉଟରେ ଫାଇନାଲକୁ ପ୍ରବେଶ କରିଛି ଭାରତୀୟ ଦଳ । ସେମି ଫାଇନାଲରେ ଟିମ୍ ଅଣ୍ଡିଆ ୧-୧ (୩-୨ରେ ନେପାଳକୁ ପରାସ୍ତ କରିଛି । ୩୦ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ। ନେପାଳ ଓ ଭାରତ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ବେଶ ସଂଘର୍ଷମୟ ଥିଲା । ଭାରତର ସାହିଲ ଖୁର୍ସିଦ ୨୬ ମିନିଟରେ ପ୍ରଥମ ଗୋଲ କରିଥିଲେ । ଦ୍ୱିତୀୟାର୍ଦ୍ଧରେ ନେପାଳ ଏହି ଗୋଲ ଦେଇ ୧-୧ ବରାବର କରିଥିଲା । ଖେଳର ଅନ୍ତିମ ପର୍ଯ୍ୟନ୍ତରେ ଆଉ ଗୋଲ୍ ନହେବାରୁ ମ୍ୟାଚ୍ ଅମୀମାଂସିତ ରହିଥିଲା । ଫଳରେ ସୁଟ୍ ଆଉଟର ସହାୟତା ନିଆଯାଇଥିଲା । ଏଥିରେ ଭାରତ ୩-୨ ଗୋଲରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛି । ଭାରତୀୟ ଦଳରେ ୨ ଜଣ ଓଡ଼ିଆ ଖେଳାଳି ଏ.ଶିବ ପରସାଦ ଏବଂ ରାଜା ହରିଜନ ରହିଛନ୍ତି। ଉଭୟ ଭାରତୀୟ ଏକାଦଶର ପ୍ରମୁଖ ତାରକା । ଓଡ଼ିଆ କୋଚ୍ ଶୁଭେନ୍ଦୁ ପଣ୍ଡାଙ୍କ ତତ୍ୱାବଧାନରେ ଭାରତ ସାଫ ଚାମ୍ପିଅନସିପ୍ ଖେଳୁଛି ।